ରାଜ୍ୟରେ ଆଉ ୬୯ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, ଅଗଷ୍ଟ ୨୯ : ରାଜ୍ୟରେ କରୋନା ସଂକ୍ରମଣ ଏବେ ହଜାରେ ତଳେ ରହିଥିବା ବେଳେ ଦ୍ୱିତୀୟ ଲହର ଧିରେ ଧିରେ ଆୟତକୁ ଆସୁଥିବା ରାଜ୍ୟ ସରକାର କହୁଛନ୍ତି । ମାତ୍ର ଠିକ୍ ଏହି ସମୟରେ ରାଜ୍ୟରେ ଏବେବି ବେଲଗାମ୍ ରହିଛି କରୋନା ମୃତ୍ୟୁ ହାର ।ପ୍ରତିଦିନ କରୋନା ମୃତ୍ୟୁ ପରିସଂଖ୍ୟାନ୍ ବଢି ଚାଲିଛି । ରାଜ୍ୟରେ ଆଉ ୬୯ ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଆଜି ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାଣ ହରାଇଥିବା ୬୯ ଜଣଙ୍କ ମଧ୍ୟରୁ କଟକ ରୁ ୧୯ ଜଣ, ଅନୁଗୋଳରୁ ୧୦ଜଣ , ଜଗତସିଂହପୁରରୁ ୯ଜଣ, ମୟୂରଭଞ୍ଜ ଓ ନୟାଗଡ଼ରୁ ୫ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି । ସେହିଭଳି ବାଲେଶ୍ୱର, ଡେଙ୍କାନାଳ ଓ କେନ୍ଦ୍ରାପଡାରୁ ୪ ଜଣ ଲେଖାଏଁ, ଭଦ୍ରକ୍ ଓ ଯାଯପୁରରୁ ୩ ଜଣ ଲେଖାଏଁ, ପୁରୀରୁ ୨ ଓ କେନ୍ଦୁଝରରୁ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ଏବେ ମୋଟ୍ କରୋନା ମୃତୁ ସଂଖ୍ୟା ୭,୮୩୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.