ରାଜ୍ୟରେ ପୁଣି ଉପରମୁହାଁ କରୋନା ଗ୍ରାଫ

ଭୁବନେଶ୍ୱର, ଅଗଷ୍ଟ ୨୯ : ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଦୋଳି ଖେଳିବା ପରି ମନେ ହେଉଛି । ଗତ ଦୁଇ ଦିନ ମଧ୍ୟରେ କରୋନା ଗ୍ରାଫ ସାମନ୍ୟ କମିଥିବା ବେଳେ ଆଜି ପୁଣି ଉପରମୁହାଁ ହୋଇଛି ରାଜ୍ୟ ଦୈନିକ କରୋନା ସଂକ୍ରମଣ ହାର । ଗତ ୨୪ ଘଣ୍ଟାମ ଧ୍ୟରେ ପୁରା ରାଜ୍ୟରୁ ୮୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୪୯୧ ଜଣ ଚିହ୍ନଟ ହୋଇଥିବା ବେଳେ ବାକି ୩୫୮ ଟି ଲୋକାଲ୍ କେସ୍ ରହିଛି । ଆଜି ସଂକ୍ରମଣ ହାର ମଧ୍ୟରେ ୧୧୯ ଜଣ ଶିଶୁ ବା ୧୮ ବର୍ଷରୁ କମ୍ ବୟସ୍କ କରୋନା ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ମଧ୍ୟ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.