ଟ୍ରେନ୍ ଧକ୍କାରେ ଚାଲିଗଲା ୩ ଜଣଙ୍କ ଜୀବନ

ବ୍ରହ୍ମପୁର,ଅଗଷ୍ଟ 30 : ଗତକାଲି ବିଳମ୍ବିତ ରାତିରେ ଟ୍ରେନ୍ ଲାଇନ୍ ପାର ହେବା ବେଳେ ଦ୍ରୁତଗତିରେ ଆସୁଥିବା ଟ୍ରେନ୍ ଧକ୍କାରେ ଚାଲିଗଲା ୩ ଜଣ ଯୁବକଙ୍କ ଜୀବନ ଏବଂ ଏପରି ଦୁର୍ଘଟଣାରୁ ବତ୍ତିଯାଇଛନ୍ତି ୫ ଜଣ ଲୋକ । ଏପରି ଘଟଣା ଘଟିଛି ବ୍ରହ୍ମପୁରର ହଳଦିଆପଦ ଠାରେ । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁସାରେ ଗତକାଲି ରାତି ୧୧ଟାରୁ ୧୨ଟା ଭିତରେ କିଛି ଶ୍ରମିକ ଶ୍ରେଣୀର ଲୋକ ଜିନିଷପତ୍ର ଧରି ରେଳ ଲାଇନରେ ଯାଉଥିଲେ । ଲେଭଲ୍ କ୍ରସିଂ ପାରି ହେବା ବେଳେ ପଛରୁ ଟ୍ରେନ୍ ଆସୁଥିବା ଜାଣି ପାରିନଥିଲେ ।ଫଳରେ ବିଶାଖା-ଟାଟନଗର ଟ୍ରେନ୍ ଧକ୍କାରେ ଏପରି ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଜିଆରପି । ସେମାନଙ୍କ ପରିଚୟ ଖୋଜିବା ସହ ଅଧିକ ଖୋଳତାଡ ଜାରି ରହିଛି । ମୃତକମାନେ ଶ୍ରମିକ ଶ୍ରେଣୀର ବୋଲି ଅନୁମାନ କରାଯାଉଛି

Leave A Reply

Your email address will not be published.