ପାରାଲିମ୍ପିକ୍ସ ଡିସକସ୍ ଥ୍ରୋରେ ରୌପ୍ୟ ଜିତିଲେ ଭାରତର ଯୋଗେଶ କଥୁନିଆ

ଟୋକିଓ, ଅଗଷ୍ଟ 30 : ପାରାଲିମ୍ପିକ୍ସରେ ଗୋଟିଏ ପରେ ଗୋଟିଏ ପଦକ ଜିତୁଛି ଭାରତର ।  ଆଜି ମହିଳା ସୁଟିଂରେ ଅବନୀ ଲେଖରା ସ୍ୱର୍ଣ୍ଣ ଜିତିବା ପରେ ପରେ ରୌପ୍ୟ ଭେଟି ଦେଇଛନ୍ତି ଡିସକସ୍ ଥ୍ରୋ ଖେଳାଳି ଯୋଗେଶ କଥୁନିଆ । ଯୋଗେଶଙ୍କ ସଫଳତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଯୋଗେଶ ମୋଟ୍ ୪୪.୩୮ମିଟର ଥ୍ରୋ କରିଥିଲେ ।ଏଫ୍ ୫୬ କାଟାଗୋରୀରରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ବ୍ରାଜିଲର କ୍ଲାଉଡିନି ବାଟିଷ୍ଟା ୪୫.୫୯ମିଟର ଥ୍ରୋ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

Leave A Reply

Your email address will not be published.