ଇସ୍ପାତନଗରରେ ଗର୍ଜିଲା ବନ୍ଧୁକ

ରାଉରକେଲା, ଅଗଷ୍ଟ ୩୦ : ଇସ୍ପାତନଗରରେ ଗର୍ଜିଲା ଗୁଳି । ରାଉରକେଲା ବନ୍ଧମପଣ୍ଡାରେ ଗୁଳିମାଡ । ଏହି ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ଉକ୍ତ ଯୁବକ ଜଣକ ହେଲେ ଚିରଞ୍ଜିବୀ । ତାଙ୍କର ବାମ ଗୋଡ ଆଣ୍ଠୁରେ ବାଜିଛି ଗୁଳି ।  ଚିରଞ୍ଜୀବଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁସାରେ, ୨ ଦଣ ଅଭିଯୁକ୍ତ ବନ୍ଧମୁଣ୍ଡା ରେଳବାଇ ପଡିଆକୁ ଚିରଞ୍ଜିବଙ୍କୁ ଡାକିଥିଲେ । ପରେ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ପୂର୍ବଶତୃତାକୁ କେନ୍ଦ୍ର କରି ଏହି ଗୁଳିମାଡ କରାଯାଇଥିବା ସନ୍ଦେହ କରାଯାଉଛି । ସେପଟେ ଘଟଣାର ତଦନ୍ତ ଜାରି ରଖିଛି । 

Leave A Reply

Your email address will not be published.