ଲିଡ୍‌ସ ଟେଷ୍ଟରେ ପରାଜୟ ପରେ ସାମ୍ବାଦିକଙ୍କ ପ୍ରଶ୍ନରେ ବିରକ୍ତି ପ୍ରକାଶ କଲେ ବିରାଟ କୋହଲି

ଲିଡ଼ସ, ଅଗଷ୍ଟ ୩୦ : ଇଂଲଣ୍ଡ ବିପକ୍ଷ ଲିଡ୍‌ସ ଟେଷ୍ଟ ମ୍ୟାଚରେ ଇନିଂସ ଏବଂ ୭୬ ରନ୍‌ରେ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀରେ କଡ଼ା ପ୍ରଶ୍ନ କରାଯାଇଛି । ଏହି ସମୟରେ ବିରାଟ କୋହଲି ବିରକ୍ତି ପ୍ରକାଶ କରିଥିବା ଦୃଷ୍ଟିଗୋଚର ହୋଇଛି । କିନ୍ତୁ ପରେ ସେ ଶାନ୍ତି ହୋଇଯାଇଛନ୍ତି । ଟିମ ଇଣ୍ଡିଆ ୩ୟ ଟେଷ୍ଟରେ ଇନିଂସ ଏବଂ ୭୬ ରନରେ ହାରିଯିବା ପରେ ସାମ୍ବାଦିକ ସମ୍ମିଳନୀରେ ଜଣେ ରିପୋର୍ଟର ବିରାଟ କୋହଲିଙ୍କୁ ବ୍ୟାଟିଂ ଟେକନିକକୁ ନେଇ ପ୍ରଶ୍ନ କରିଥିଲେ । ଯେତେବେଳେ କୋହଲି ଉତ୍ତର ଦେଇ ଚାଲିଥିଲେ, ଏହାରି ମଧ୍ୟରେ ରିପୋର୍ଟ କିଛି ନଶୁଣି ପୁଣି ପ୍ରଶ୍ନ ପଚାରିଥିଲେ । ଫଳରେ ବିରାଟ କୋହଲି ବଡ଼ କଷ୍ଟରେ ନିଜର ରାଗକୁ ନିୟନ୍ତ୍ରିତ କରିଥିଲେ । କୋହଲିଙ୍କର ଏହି ଭିଡିଓ ଟୁଇଟରରେ ଭାଇରାଲ ହେଉଛି ।  ରିପୋର୍ଟର ଜଣକ କୋହଲିଙ୍କୁ ବ୍ୟାକଫୁଟ ଖେଳିବା ନେଇ ପ୍ରଶ୍ନ କରିଛନ୍ତି । କୋହଲି ଜବାବ ଦେଇଛନ୍ତି ଯେ, ମୁଁ ଜାଣିପାରୁ ନାହିଁ ଯେ, ଏହି ପ୍ରଶ୍ନର ଉତ୍ତର କ’ଣ ହେବ? ଆପଣ ବ୍ୟାକଫୁଟରେ ବଲକୁ କେମିତି ଖେଳିପାରିବେ? ଯେତେବେଳ ପର୍ଯ୍ୟନ୍ତ ଏହା ଏହାରି ଦୂରତା ହିସାବରେ ନଥିବ । 

Leave A Reply

Your email address will not be published.