ମାସ୍କ ପିନ୍ଧିନଥିବାରୁ ଯବାନଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ

ଝାଡଖଣ୍ଡ, ସେପ୍ଟେମ୍ବର ୨ : ମାସ୍କ ପିନ୍ଧିନଥିବାରୁ ଯବାନଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିଲେ ପୋଲିସ । ଏପରି ଘଟଣା ଘଟିଛି ଝାଡଖଣ୍ଡ ଜିଲ୍ଲାର ଛତ୍ର ଜିଲ୍ଲାରେ ପରେ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଲୋକଙ୍କ ମନରେ ପୋଲିସ ପ୍ରତି କ୍ରୋଧ ସୃଷ୍ଟି କରିଛି। ଏହି ଘଟଣାର ଖବର ପାଇବା ପରେ ଛତ୍ର ଜିଲ୍ଲା ଏସପି ଦୁଇ ଅଧିକାରୀଙ୍କ ସହ ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଛତ୍ର ଏସପିଙ୍କ କାର୍ଯୟାଳୟରେ ଦାଖଲ ହୋଇଥିବା ଘଟଣାର ଏକ ରିପୋର୍ଟକୁ ଆଧାର କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଫୁଟେଜରେ ଦୋଖିବାକୁ ମିଳିଛି ଯେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିବା ପାଇଁ ପୋଲିସ ଉକ୍ତ ଅଞ୍ଚଳରେ ଚେକ ଚଳାଉଥିଲା ବେଳେ ନିକଟସ୍ଥ ଆରା-ଭୁସାହି ଗାଁର ବାସିନ୍ଦା ପୱନ କୁମାର ଯାଦବ ତାଙ୍କ ବାଇକ୍‌ରେ ଆସି ସେଠାରେ ପହଂଞ୍ଚିଥିଲେ । ତାଙ୍କୁ ପୋଲିସ୍ ଅଧୀକାରି ଅଟକାଇଥିଲେ ଏବଂ ତାଙ୍କ ବାଇକ୍ ଚାବିକୁ ଜଣେ ପୋଲିସ୍ ହାଭିଲଦାର ସଞ୍ଜୟ ବାହାଦୂର ଛଡାଇ ନେଇତିଲେ। ଏହା ପରେ ସେ କ୍ରୋଧିତ ହୋଇ ଅସନ୍ତୋସ ପ୍ରକାଶ କରିଥିଲେ । 

Leave A Reply

Your email address will not be published.