ରାଇକିଆ :ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକରେ ଦୁଇଟି ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦାରା ପରିଚାଳିତ ଦଶମ ଏବଂ ଦାଦଶ ପରୀକ୍ଷା ଦେଇଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟ ରାଇକିଆରୁ ଦ୍ୱାଦଶ ପରୀକ୍ଷାରେ ମୋଟ ୬୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଦେଇଥିଲେ। ସେଥିମଧ୍ୟରୁ ୪୭ ଜଣ ପାସ ହେବା ସହ ବିଦ୍ୟାଳୟର ପାସହାର ହାର ୭୦.୧୪ ପ୍ରତି ରହିଅଛି । ଦ୍ୱାଦଶରେ ପି. ସମୀକ୍ଷା ୭୭.୦୪ ପ୍ରତିଶତ ରଖି ବିଦ୍ୟାଳୟ ସହ ରାଇକିଆ ବ୍ଲକ ବ୍ଲକ ଟପ୍ପର ହୋଇ ହୋଇଛନ୍ତି । ସେହିପରି ଦଶମ ପରୀକ୍ଷାରେ ମୋଟ ୭୩ଜଣଙ୍କ ମଧ୍ୟରୁ ୬୭ ଜଣ ପାସ ହେବା ସହ ପାସ ହାର ୯୧.୭୩ ପ୍ରତିଶତ ରହିଛି। ଦଶମ ପରୀକ୍ଷାରେ ଉଷାରାଣୀ ଶତପଥୀ ମୋଟ ୯୬.୨୦ ପ୍ରତିଶତ ରଖ ବିଦ୍ୟାଳୟ ସହ ରାଇକିଆ ବ୍ଲକ ଟପ୍ପର ହୋଇଛନ୍ତି। ସେହିପରି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ରାଇକିଆରୁ ମୋଟ ୫୧ ଜଣ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ସମସ୍ତ ୫୧ ଜଣ ପାସ ହୋଇଛନ୍ତି। ବିଦ୍ୟାଳୟର ପାସହାର ୧୦୦ ପ୍ରତିଶତ ରହିଅଛି । ବିଦ୍ୟାଳୟରୁ ଦିବ୍ୟରଞ୍ଜନ ପ୍ରଧାନ ୮୬.୦୨ ପ୍ରତିଶତ ରଖ ବିଦ୍ୟାଳୟ ଟପର ହୋଇଛନ୍ତି। ନିଜର ସଫଳତା ପାଇଁ ଛାତ୍ରୀଛାତ୍ରମାନେ ମାତାପିତାଙ୍କ ସହ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି।