ଭାରତରେ କରୋନା: ୨୪ ଘଣ୍ଟାରେ ୫୦୫ ମୃତ

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୨ : କରୋନା ଭାଇରସ ମହାମାରୀ ଭାରତରେ ନିୟନ୍ତ୍ରିତ ହୋଇପାରି ନାହିଁ । ବ୍ୟାପକ ଚିକିତ୍ସା ସୁବିଧା, ଟିକାକରଣ, ଲକ୍‌ଡାଉନ, ସଟଡାଉନ, ରାତ୍ରିକାଳୀନ କର୍ଫ୍ୟୁ, ମାସ୍କ, ସାନିଟାଇଜର, ସାମାଜିକ ଦୂରତା ଏବସୁ କରୋନା ଆଗରେ ମୁଣ୍ଡ ନୁଆଁଛି କହଲେ କିଛି ଅତ୍ୟୁକ୍ତି ହେବ ନାହିଁ ।  ବିଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥତା ହାର ହ୍ରାସ ପାଇଛି । କାରଣ ୪୫ ହଜାର ୯୭୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୪ ହଜାର ୭୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କିନ୍ତୁ ୫୦୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ପୂର୍ବରୁ ୪୩ ହଜାର ୭୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୪ ହଜାର ୧୦୯ ଜଣ ସୁସ୍ଥ ହୋଇଥିଲେ । କିନ୍ତୁ ୪୬୨ ଜଣ ଲୋକଙ୍କର ପ୍ରାଣହାନୀ ଘଟିଥିଲା ।   କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ରିପୋର୍ଟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୬ ହଜାର ୨୦୭କୁ ବୃଦ୍ଧି ପାଇଛି । ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୨୮ ଲକ୍ଷ ୫୬ ହଜାର ୮୬୩ ଥିବା ବେଳେ କରୋନାରୁ ୩ କୋଟି ୨୦ ଲକ୍ଷ ୨୧ ହଜାର ୯୭ ଜଣ ସୁସ୍ଥ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା  ୪ ଲକ୍ଷ ୩୯ ହଜାର ୫୫୯କୁ ବୃଦ୍ଧି ପାଇଥିବା କୁହାଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଆସିବା ପରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଠିକ ତଥ୍ୟ ଆସିବ ।

Leave A Reply

Your email address will not be published.