ଖୋଲିବ ଆଉ ୭ ବହୁମୁଖୀ ସମବାୟ ସମିତି

ଦାରିଙ୍ଗବାଡ଼ି : କୃଷିଋଣକୁ ବ୍ୟାପକ କରାଯିବା ସହ ସାଧାରଣ ବଣ୍ଟନ ସାମଗ୍ରୀକୁ ଲୋକଙ୍କ ନିକଟରେ ସୁବିଧାରେ ପହଞ୍ଚାଇବା, କୃଷି ଉପକରଣ, ବିହନ ବଣ୍ଟନ ଭଳି କାର୍ଯ୍ୟକୁ ତ୍ୱରାନ୍ବିତ କରାଇବା ଆଦି ଲକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମିତିଗୁଡ଼ିକର ସମ୍ପ୍ରସାରଣକୁ ଗୁରୁତ୍ୱ ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃର ଆହୁରି ସାତଟି ସମିତି ଖୋଲିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଦାରିଙ୍ଗବାଡ଼ିର ସମବାୟ ସମିତି ପକ୍ଷରୁ ଏହାର କାର୍ଯ୍ୟ ଚାଲିଥିବା ସମିତିର ପରିଚାଳିକା ନିର୍ଦ୍ଦେଶିକା ବିଷ୍ଣୁପ୍ରିୟା ପ୍ରଧାନ କହିଛନ୍ତି। ସେ କହିଛନ୍ତି, ବାଡ଼ାବାଙ୍ଗା ଓ ସିମନବାଡ଼ି ପଞ୍ଚାୟତକୁ ନେଇ ସିମନବାଡ଼ି ଠାରେ ନୂତନ ବହୁମୁଖୀ ସମବାୟ ସମିତି ଲିଃ କରାଯିବାକୁ ରହିଥିବା ବେଳେ ଗୁମିକିଆ ଏବଂ ବୁଡ଼ାଗୁଡାକୁ ନେଇ ବୁଡ଼ାଗୁଡ଼ାରେ ସମିତି ଖୋଲିବ। ସେହିପରି ସୋନପୁରକୁ ନେଇ ଦାରିଙ୍ଗବାଡ଼ିରେ କିରିକୁଟିକୁ ନେଇ ତିଲୋରୀ, ଭ୍ରମରବାଡ଼ିକୁ ନେଇ ସିଆଙ୍ଗବାଲି। ସେହିପରି ସିର୍କାବର୍ଗକୁ ନେଇ ଦନେକବାଡ଼ି ଏବଂ ଶ୍ରାନିକେତାକୁ ନେଇ ପର୍ତ୍ତମାହାରେ ନୂତନ ସମବାୟ ସମିତି ଖୋଲାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.