ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା

ବାଲେଶ୍ୱର,ସେପ୍ଟେମ୍ବର ୧୭: ବାଲେଶ୍ୱର ରାଜଘାଟ ନିକଟରେ ବିପଦ ସଙ୍କେତ ଟପିଛି ସୁବର୍ଣ୍ଣରେଖା । ଏଠାରେ ବିପଦ ସଂଙ୍କେତ ୧୦.୩୬ ମିଟର ଥିବାବେଳେ ୧୦.୪୧ ମିଟରରେ ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା କାଣରୁ ଗାଲିଦିହା ବ୍ୟାରେଜ୍ କର୍ତ୍ତୃପକ୍ଷ ଜଳଭଣ୍ଡାରରୁ ୬୧୦୦ କ୍ୟୁସେକ୍ ଜଳ ଛାଡିବା ପରେ ବନ୍ୟା ପରି ପରିସ୍ଥିତି ଆହୁରି ଭୟଙ୍କର ରୂପ ନେଇଥିଲା। ଏହାର ପ୍ରଭାବରେ ଭୋଗରାଇ ବ୍ଲକ ଅନ୍ତର୍ଗତ ୪୦ ଟି ଗ୍ରାମ ଏବଂ ତଳିଆ ଅଞ୍ଚଳରେ ଅବସ୍ଥିତ ବାଲିପାଲ ବ୍ଲକର ୩୦ ଟି ଗ୍ରାମରେ ଜଳବନ୍ଦି ସମସ୍ୟା ସୃଷ୍ଟି ହୋଇଛି । 

gpkandhamal

ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହିରାକୁଦ ଡ୍ୟାମ୍ କତୃପକ୍ଷ ୨୮ ଟି ସ୍ଲୁଇସ୍ ଗେଟ୍ ଖୋଲିଛନ୍ତି। ସମ୍ପ୍ରତି ଜଳଭଣ୍ଡାରରେ ପ୍ରାୟ ୪,୮୭,୨୦୩ କ୍ୟୁସେକ୍ ଜଳ ପ୍ରବେଶ କରୁଛି ଏବଂ ୨୮ ଟି ସ୍ଲୁଇସ୍ ଫାଟକ ଦେଇ ସମାନ ପରିମାଣର ଜଳ ନିର୍ଗତ ହେଉଛି । ଜଳଭଣ୍ଡାରର ଜଳ ସଂରକ୍ଷଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ବର୍ତ୍ତମାନର ଜଳ ସ୍ତର ୬୨୮.୮୩ ଫୁଟ ରହିଛି ।

Umasankar Adv
Leave A Reply

Your email address will not be published.