୨୪ ସେକେଣ୍ଡ ହ୍ୟାଣ୍ଡ ମିରାଜ ୨୦୦୦ ଯୁଦ୍ଧବିମାନ କ୍ରୟ କରିବ ଭାରତୀୟ ବାୟୁସେନା

ନୁଆଦିଲ୍ଲୀ,ସେପ୍ଟେମ୍ବର ୧୭ : ଚତୁର୍ଥ ପିଢିର ଡାସାଲ୍ଟ ଆଭିଏସନ୍ ଦ୍ୱାରା ନିର୍ମିତ ୨୪ ସେକେଣ୍ଡ ହ୍ୟାଣ୍ଡ ମିରାଜ ୨୦୦୦ ଯୁଦ୍ଧବିମାନ କ୍ରୟ କରିବ ଭାରତୀୟ ବାୟୁସେନା । ବାୟୁସେନାର ଏହି ଦୁଇଟି ସ୍କ୍ୱାର୍ଡନ୍କୁ ମଜବୁତ୍ କରିବା ପାଇଁ ସ୍ଥିର ହୋଇଛି। ଏହି ବିଷୟରେ ନାମ ଗୋପନିୟ ରଖିବା ସର୍ତ୍ତରେ ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମ ସଂସ୍ଥା ହିନ୍ଦୁସ୍ତାନ ଟାଇମ୍ସକୁ ସୂଚନା ଦେଇଛନ୍ତି। ଯୁଦ୍ଧବିମାନ କିଣିବା ପାଇଁ ବାୟୁସେନା ୨୭ ନିୟୁତ ୟୁରୋ ମୂଲ୍ୟର ଏକ ଚୁକ୍ତିନାମା ଆରମ୍ଭ କରିଛି । ଏହି ୨୪ ଟି ମଧ୍ୟରୁ ଏବେ ୮ ଟି ବ୍ୟବହାର ପରିସ୍ଥିତିରେ ଥିବା ସୂଚନା ମିଳିଛି । ଏହା ପ୍ରତି ବିମାନ ଅଧିଗ୍ରହଣ ମୂଲ୍ୟ ୧.୧୨୫ ନିୟୁତ ୟୁରୋ ବୋଲି ଜଣା ପଡିଛି । 

gpkandhamal

ବାୟୁସେନାର ୩୫ ବର୍ଷ ପୁରୁଣା ମିରାଜ୍ ବିମାନ, ଯାହା ୨୦୧୯ ବାଲାକୋଟ ଅପରେସନ୍ ସମୟରେ ଅତୁଳନୀୟ ବିରତ୍ୱ ପ୍ରଦର୍ଶନ କରିଥିଲା । ବାୟୁସେନାର ପ୍ରାୟ ଚତୁର୍ଥ ଚତୁର୍ଥ ପିଢିର ମିରାଜ୍ ୨୦୦୦ ସି ଏବଂ ବି ଯୁଦ୍ଧବିମାନ ୧୯୮୫ ରେ ୫୦ ଟି କ୍ରୟ କରିଥିଲା । ଏକ ରକ୍ଷଣାବେକ୍ଷଣ ଚୁକ୍ତି ସହିତ କିଣିଥିଲା ଯାହା ୨୦୦୫ ରେ ସମାପ୍ତ ହୋଇଥିଲା। ଏହା ପରେ ୨୦୧୫-୨୦୧୬ ମସିହାରେ ଫ୍ରାନ୍ସର ମୂଳ ଯନ୍ତ୍ରପାତି ନିର୍ମାତା ସହିତ ଅନ୍ୟ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା

Umasankar Adv
Leave A Reply

Your email address will not be published.