ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ

ଭୁବନେଶ୍ୱର, ସେପ୍ଟେମ୍ବର ୧୮ : ରାଜ୍ୟରେ ଏବେ ସ୍ଥିର ରହିଛି କରୋନା ମହାମାରୀର ଦୈନିକ ସଂକ୍ରମଣ ହାର । ଦୈନିକ ୫୦୦ ରୁ ୬୦୦ ମଧ୍ୟରେ କରୋନା ସଂକ୍ରମଣ ଟ୍ରେଣ୍ଡ ରହିଥିବା ବେଳେ ଏବେ ଆମକୁ ଆଗ ଅପେକ୍ଷା ଅଧିକ ସତର୍କ ରହିବାର ଆବଶ୍ୟକ ଅଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ଦେଇ ସୂଚନା ଦେଇଛନ୍ତି । ତୃତୀୟ ଲହର ଭୟାବହତା ମଧ୍ୟରେ ଆଗାମୀ ୩ ମାସ ରାଜ୍ୟ ବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

gpkandhamal

ପୂର୍ବ ଭଳି କରୋନା ପ୍ରଥମେ ଦୁର୍ବଳ ହୋଇଥାଏ ଏହି ସମୟରେ ସାମାନ୍ୟ ମାତ୍ର ଅସତର୍କତା ଆମକୁ ଆଉ ଏକ ଲହରର ସମ୍ମୁଖୀନ କରାଇଦିଏ । ଠିକ୍ ସେହିଭଳି ବର୍ତ୍ତମାନ ମଧ୍ୟ କରୋନା ସଂକ୍ରମଣ କମିଛି ଆଉ ଏହି ସମୟରେ ଅସଚେତନତା ଦେଖାଦେଲେ କରୋନା ପୁଣି ଉଗ୍ର ରୂପ ଧାରଣ କରିପାରେ ।

Umasankar Adv

ତେବେ ବର୍ତ୍ତମାନ ରାଜ୍ୟରେ ମୃତ୍ୟୁ ସଂଖ୍ୟା, ହସ୍ପିଟାଲାଇଜେସନ୍ ଓ ସିଭିଅରିଟିରେ ହ୍ରାସ ଦେଖାଯାଉଛି ଯାହା ଏକ ଭଲ ସଂଙ୍କେତ ମାତ୍ର ଏବେବି ରାଜ୍ୟରେ କିଛି ଜିଲ୍ଲାରେ ସଂକ୍ରମଣ ୩ଅଙ୍କରେ ରହୁଛି ଯାହା ପୁରା ରାଜ୍ୟ ପାଇଁ ଚିନ୍ତା ଜନକ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.