ସୀମାନ୍ତରେ ବଢୁଛି ଆନ୍ଧ୍ର ଉପଦ୍ରବ, ଏଣେ ବାଚସ୍ପତି କହୁଛନ୍ତି ସ୍ଥିତି ଖରାପ୍ ନାହିଁ

ଭୁବନେଶ୍ୱର, ସେପ୍ଟେମ୍ବର ୧୮ : କୋଟିଆକୁ ନେଇ ଦୀର୍ଘ ଦିନ ହେଲା ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ବିବାଦ ଜାରି ରହିଛି । ବିବାଦ ଏତେ ଉଗ୍ର ରୂପ ଧାରଣ କରିଛି ଯେ ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି । କୋଟିଆ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରର ଦାଦାଗିରି ବଢିଚାଲିଥିବା ବେଳେ ଚୁପ୍ ବସିଛନ୍ତି ଓଡ଼ିଶା ସରକାର । ଏତେ ଦିନ ପର୍ଯ୍ୟନ୍ତ କୋଟିଆକୁ ଅଣଦେଖା କରିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ବିରୋଧି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ମାମଲା କୋର୍ଟରେ ଅଛି କହି ରାଜ୍ୟ ସରକାର ଅଣ୍ଟି ଝାଡୁଛନ୍ତି । ଏଭଳି ଜଟିଳ ସ୍ଥିତି ମଧ୍ୟରେ ଆଜି କୋଟିଆ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତିଙ୍କ କହିବା ଅନୂଯାଇ କୋଟିଆରେ ସ୍ଥିତି ସେତେଟା ଖରାପ୍ ନାହିଁ ।

gpkandhamal

କୋଟିଆରେ ଏତେ ବଡ଼ ସମସ୍ୟା ଦେଖାଦେଇନାହିଁ ଯେ ଯାହା ଚିନ୍ତାର ବିଷୟ ପାଲଟିବ । ରାଜସ୍ୱ ସଚିବ ଓ ଆରଡିସି କୋଟିଆ ସ୍ଥିତି ସମୀକ୍ଷା କରିଛନ୍ତି ଆଉ ଏବେବି କୋଟିଆରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Umasankar Adv

ତେବେ କେତେବେଳେ ଆନ୍ଧ୍ର ସରକାର ଓଡ଼ିଶା ସୀମାରେ ପଶି ଅଙ୍ଗନବାଡି କେନ୍ଦ୍ର ତିଆରି କଲେଣି ତ ଆଉ କେତେବେଳେ କୋଟିଆ ଭଳି ଅଞ୍ଚଳରେ ନିର୍ବାଚନ କଲେଣି ତଥାପି ଏଯାଏଁ ରାଜ୍ୟ ସରକାରଙ୍କ ଚେତା ପଶିନି ।କୋଟିଆ ସ୍ଥିତିକୁ ନେଇ ବିରୋଧି ବାରମ୍ବାର ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ବାଚସ୍ପତିଙ୍କ ଏଭଳି ମନ୍ତବ୍ୟ ଏବେ ଆଲୋଚନାକୁ ଆହୁରି ଘନୀଭୂତ କରିଛି ।

Leave A Reply

Your email address will not be published.