ଫୁଲବାଣି – ସେବା ଧର୍ମ କରି ସଦା ସର୍ବଦା ଚର୍ଚ୍ଚାରେ ରହିଥିବା କନ୍ଧମାଳ ମୋବାଇଲ ରିଟେଲର୍ସଙ୍କ ଦୁଖ ଏବେ କହିଲେ ନସରେ । ବିଗତ ଏକ ମାସ ଧରି ଲଗାତାର ଭାବେ ଜିଲ୍ଲାର ବିଭିନ୍ନ ମୋବାଇଲ ଦୋକାନରୁ ଲଗାତାର ଚୋରୀ ହେଉଥିବା ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଦୁବୃତ୍ୱ ମାନେ ସିଧା ସଳଖ କେବଳ ମୋବାଇଲ ଦୋକାନକୁ ହିଁ ଟାର୍ଗଟେ କରୁଛନ୍ତି । ଏନେଇ ଦୋକାନି ମାନେ ଅନେକ ପ୍ରକାରର ସତର୍କତା ଅବଲମ୍ବନ କରୁଥିଲେ । ମଧ୍ୟ ଚୋର ମାନେ ଚୋରି କରିବାରେ ସଫଳ ହେଉଛନ୍ତି । କେବଳ ଫୁଲବାଣି ସହର ନୁହେଁ ଫୁଲବାଣୀର ଅନେକ ବ୍ଳକରେ ମଧ୍ୟ ସମାନ ପରିତ୍ଥିତି । ମୋବାଇଲ ଦୋକାନ କରି ନିଜ ପରିବାର ପ୍ରତି ପୋଷଣ କରୁଥିବା ଦୋକାନୀ ଧାର କରଜ କରି ଦୋକାନ ଟିଏ କରିଥିବା ବେଳେ ଦୋକାନରେ ଚୋର ପସି କଳାକନା ବୁଲାଉଛନ୍ତି । ଫଳରେ ଦୋକାନୀ ଟିଏ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାଏ । ତେବେ ଏହି ସମସ୍ୟାର ସମାଧାନ ପାଇଁ ଫୁଲବାଣି ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କୁ ସମସ୍ତ ଦୋକାନୀ ଭାଇ ମାନେ ମିଶି ଏକ ଦାବୀ ପତ୍ର ଦେଇଛନ୍ତି । ତୁରନ୍ତ ଏଥିପ୍ରତି କାର୍ଯ୍ୟନୁଷ୍ଠାନ ନେବା ସହ । ରାତ୍ରକାଳୀନ ପେଟ୍ରୋଲିଂକୁ କଡା କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି ।