ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଲା ସ୍ୱାମୀ

ବଲାଙ୍ଗିର : ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ବାହା ହୋଇଥିଲେ। ଏକାଠି ସଂସାର କରିବେ ବୋଲି ଦେଖିଥିଲେ ଅନେକ ସ୍ୱପ୍ନ। ହେଲେ ରାତିରେ ଦେଖିଥିବା ସ୍ୱପ୍ନ ସକାଳେ ସନ୍ଦେହର ରୂପ ନେଇଥିଲା! ଆଉ ତା’ପରେ ସାଥୀ ପାଲଟି ଯାଇଥିଲା କ୍ରୁର। ସାତ ଜନମର ସାଥୀର ଜୀବନ ନେବା ପାଇଁ ସ୍କୁଲ ଭିତରେ ପଶି ହତ୍ୟା ଉଦ୍ୟମ କରିଥିଲା। ଆଜି ଏପରି ଘଟଣା ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଦୁର୍ଗାପାଲି ଗାଁରେ ଘଟିଛି।

gpkandhamal

ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷୟିତ୍ରୀ ଅଛନ୍ତି ସଞ୍ଜୁରାଣୀ ଦେବତା। ତାଙ୍କ ସ୍ୱାମୀ ପ୍ରଦୀପ ପଣ୍ଡା ଟିଟିଲାଗଡ ନିକଟସ୍ଥ ସିଉଲଗାଁ ସ୍କୁଲରେ ସଂସ୍କୃତ ଶିକ୍ଷକ ଅଛନ୍ତି। ଉଭୟଙ୍କ ବିବାହ ଦୁଇବର୍ଷରୁ ଅଧିକ ହେବ। ହେଲେ ଭିନ୍ନ ଭିନ୍ନ ଜାଗାରେ ଚାକିରି କରୁଥିବାରୁ ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଥିଲେ। ଯେଉଁଥିପାଇଁ ପ୍ରଦୀପଙ୍କ ମନରେ ଅନେକ ସନ୍ଦେହ ଘର କରିଥିଲା।

Umasankar Adv

ଅଜି ହଠାତ ସ୍ୱାମୀ ପ୍ରଦୀପ ପଣ୍ଡା ଦୁର୍ଗାପାଲି ଗାଁକୁ ଆସିଥିଲେ। ସେହି ସମୟରେ ତାଙ୍କ ସ୍ତ୍ରୀ ସ୍କୁଲରେ ଥିଲେ। ପ୍ରଦୀପ ଏକ ଧାରୁଆ ଅସ୍ତ୍ରରେ ସ୍କୁଲ ଭିତରେ ଧସେଇ ପଶି ସଞ୍ଜୁରାଣୀଙ୍କ ତଣ୍ଟି କାଟିବାକୁ ଉଦ୍ୟମ କରୁଥିଲେ। ମାତ୍ର ସ୍କୁଲରେ ଥିବା ଅନ୍ୟ କର୍ମଚାରୀମାନେ ତାଙ୍କୁ ବାଧା ଦେଇଥିଲା। ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିଥିଲେ। ସଞ୍ଜୁରାଣୀ ସାମାନ୍ୟ ଆହତ ହୋଇଥିଲେ। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ସ୍ୱାମୀ ପ୍ରଦୀପ ପଣ୍ଡାଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚୁରା କରୁଛି। ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଏପରି କରିଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.