ଦେଶୀ ବନ୍ଧୁକ ତିଆରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ

ରେଢ଼ାଖୋଲ : ଦେଶୀ ବନ୍ଧୁକ ତିଆରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କଠାରୁ ୬ଟି ବନ୍ଧୁକ, ବେରେଲ, ବନ୍ଧୁକ ତିଆରି ସାମଗ୍ରୀ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ କରାଯାଇଛି। ଏହି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ବାସୁପାଲି ଗାଁରେ। ଅଭିଯୁକ୍ତଦ୍ୱୟ ହେଲେ କୁମର ଭିତିରିଆ ଓ ଜନନୀ ପ୍ରଧାନ। ଜନନୀଙ୍କ ସ୍ୱାମୀ ତାରିଣୀ ପ୍ରଧାନ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

gpkandhamal

ମିଳିଥିବା ସୂଚନା ଅନୁସାରେ, ବହୁ ବର୍ଷ ହେବ ତାରିଣୀ ଓ ଜନନୀ ନିଜ ଘରେ ଲୁହା କାମ କରିବା ନାଁରେ ଦେଶୀ ବନ୍ଧୁକ ତିଆରି  କରି ବିକ୍ରି କରି ଆସୁଥିଲେ। କୁମର ତାଙ୍କୁ କାମରେ ସହଯୋଗ କରୁଥିଲେ।

Umasankar Adv

ଯୁଯୁମୁରା ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କ ଘର ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ମୁଖ୍ୟ ଅଭିଯୁକ୍ତ ତାରିଣୀ ପ୍ରଧାନ ଫେରାର ହୋଇଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଜନନୀ ପ୍ରଧାନ ଓ ବନ୍ଧୁକ ତିଆରିରେ ସହଯୋଗ କରୁଥିବା କୁମର ଭିତିରିଆଙ୍କୁ  ପୁଲିସ ଗିରଫ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.