ଏକତାଳି ନିକଟରେ ୫୦୦ ଫୁଟର ଘାଇ

ଜଳେଶ୍ୱର : ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଭାଙ୍ଗିଗଲା ଜଳକା ନଦୀ ବନ୍ଧ। ଏକତାଳି ଗାଁ ନିକଟ ନଦୀବନ୍ଧରେ ୫୦୦ ଫୁଟର ଘାଇ ସୃଷ୍ଟି ହୋଇଛି। ନଦୀବନ୍ଧରେ ଘାଇ ସୃଷ୍ଟି ହେବା ଯୋଗୁ ବସ୍ତା ଓ ରାସଗୋବିନ୍ଦପୁର ବ୍ଲକରେ ପାଣି ପଶିବା ନେଇ ଆଶଙ୍କା କରାଯାଉଛି।

gpkandhamal

ଜିଲ୍ଲାର ମଥାନିଠାରେ ବିପଦ ସଂକେତ ଉପରେ ରହିଛି ଜଳକା ନଦୀର ଜଳସ୍ତର। ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଏବେ ୭.୧୮ ମିଟର ଜଳ ପ୍ରବାହିତ ହେଉଛି। ବସ୍ତା ବ୍ଲକର ୧୨ଟି ଓ ସଦର ବ୍ଲକର ୨ଟି ପଞ୍ଚାୟତ ପାଣିଘେରରେ ରହିଛି।

Umasankar Adv

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀବନ୍ଧ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଥିଲା।  ଦୁର୍ବଳ ନଦୀବନ୍ଧ ସ୍ଥାନରେ ବାଲି ବସ୍ତା ପକାଯିବା ପାଇଁ ମହଜୁଦ ରଖାଯାଇଥିବା ଜଳସେଚନ ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଗତ ୧୦ ବର୍ଷ ଧରି ଜଳକା ନଦୀ ବନ୍ଧ ମରାମତି କରାଯାଇନଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.