ଗୁପ୍ତ ତଥ୍ୟ ପାଇଁ ଦେଉଥିଲେ ବିବାହ ଅଫର

ଭୁବନେଶ୍ୱର : hi କହି ସମ୍ପର୍କ ଆରମ୍ଭ କରୁଥିବା ରହସ୍ୟମୟୀ ମହିଳା ଲଭ୍‌ ୟୁ କହି ଫୋନ୍‌ ରଖୁଥିଲେ। ଏପରିକି ବିବାହ ଅଫର ବି ଦେଉଥିଲେ। ଏପରି ଭାବେ ହନିଟ୍ରାପ୍‌ରେ ଫସାଇ ଚାନ୍ଦିପୁର DRDOର ୫ କର୍ମଚାରୀଙ୍କଠାରୁ ପ୍ରାୟ ଦେଢ ବର୍ଷ ଧରି ଓଗାରିଥିଲେ ଦେଶର ସୁରକ୍ଷା ସମ୍ପର୍କୀତ ଗୋପନୀୟ ତଥ୍ୟ।   DRDOରୁ ଗୋପନୀୟ ତଥ୍ୟ ଲିକ୍‌ ମାମଲାରେ  ଗିରଫ ୫ ଜଣଙ୍କଠାରୁ ଆଜି ମିଳିଛି ଏପରି ସାଂଘାତିକ ତଥ୍ୟ।  ଗିରଫ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଜେରା କରୁଥିବା ବେଳେ  ହାତରେ ଲାଗିଛି  ଏପରି ଚାଞ୍ଚଲ୍ୟକର ତଥ୍ୟ।   ସମସ୍ତ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ହନିଟ୍ରାପ୍‌ରେ ପକାଇ ତଥ୍ୟ ହାସଲ କରୁଥିଲେ ରହସ୍ୟମୟୀ ମହିଳାଜଣକ ।

gpkandhamal

କ୍ରାଇମବ୍ରାଞ୍ଚ ତଥ୍ୟ ଅନୁଯାୟୀ, DRDOରୁ ଗିରଫ ୫ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ୨୦୨୦ ଫେବୃଆରୀରୁ  କଥା ହେଉଥିଲେ ରହସ୍ୟମୟୀ।  ମହିଳାଜଣକ କାହାକୁ ବ୍ରିଟେନ ଲିଭରପୁଲରେ ରହୁଥିବା କହୁଥିଲେ  ତ କାହାକୁ ରାଜସ୍ଥାନରେ ରହୁଛି ବୋଲି କହୁଥିଲେ। ସେହିପରି କାହାକୁ ଡିଫେନ୍ସ ଷ୍ଟାଫ୍ ତ କାହାକୁ ଚଣ୍ଡିଗଡ଼ରେ ନର୍ସ ଥିବା କହୁଥିଲା। ହେଲେ ମିଜାଇଲ ଉପରେ ନିଜର ଆଗ୍ରହ ଥିବା ସମସ୍ତଙ୍କୁ କହୁଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ଗିରଫ ୫ ଜଣଙ୍କ ମଧ୍ୟରୁ କାହାକୁ ବି ପରସ୍ପର ସମ୍ପର୍କରେ ଟେର ମିଳି ନ ଥିଲା।

Umasankar Adv

ରହସ୍ୟମୟୀ ମହିଳାଜଣକ ଭିଡିଓ କଲ୍, ଫେସବୁକ୍ କଲ୍ ଓ ମେସେଜ୍, ମେସେଞ୍ଜର ଜରିଆରେ କଲ୍ କରୁଥିଲେ। ଅଭିଯୁକ୍ତଙ୍କ ସହ ଇଂଲିଶ ଓ ହିନ୍ଦୀରେ କଥା ହେଉଥିଲେ । ଏମିତିକି କିଛି ଅଭିଯୁକ୍ତଙ୍କୁ ବିବାହ କରିବାର ପ୍ରଲୋଭନ ବି ଦେଇଥିଲେ। ସମ୍ପୃକ୍ତ ମହିଳାଙ୍କ ଦୁବାଇ ଆକାଉଣ୍ଟରୁ ଜଣଙ୍କ ଆକାଉଣ୍ଟକୁ ୩୮ ହଜାର ଟଙ୍କା ଆସିଛି। ହେଲେ ଦୀର୍ଘ ଦେଢ ବର୍ଷ ଧରି କେଉଁ ମାଧ୍ୟମ ଦେଇ ଅନ୍ୟମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ତାହାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.