ରାଜ୍ୟରେ ପୁଣି ୧୦୦ରୁ ଅଧିକ ଛୁଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର :  ରାଜ୍ୟରେ ଛୁଆଙ୍କ ସଂକ୍ରମଣକୁ ନେଇ ଘାରୁଛି ଚିନ୍ତା । କିଛି ଦିନ ହେବ ଛୁଆ ସଂକ୍ରମଣରେ ସାମାନ୍ୟ ବ୍ରେକ ଲାଗିଥିବା ବେଳେ ଗତ ୨୪ ଘଣ୍ଟାରେ ୧୦୦ରୁ ଊର୍ଦ୍ଧ୍ୱ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

gpkandhamal

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୧୦୧ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ୭୩୪ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୨୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୩୧୦। ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ପଜିଟିଭ ଚିହ୍ନଟ ହୋଇଛନ୍ତି।

Umasankar Adv

ଏହାବାଦ ଅନୁଗୋଳରୁ ୧୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୦, ବରଗଡ଼ରୁ୫, ଭଦ୍ରକରୁ୧୦, କଟକରୁ୯୧, ଢେଙ୍କାନାଳରୁ ୫, ଗଜପତି ଜଣେ,  ଗଞ୍ଜାମ ୬, ଜଗତସିଂହପୁରରୁ ୩୨, ଯାଜପୁର ୨୯, ଝାରସୁଗୁଡ଼ା ୩, କନ୍ଧମାଳରୁ ଜଣେ,କେନ୍ଦ୍ରାପଡ଼ା ୬, କେନ୍ଦୁଝର ୩, ଖୋର୍ଦ୍ଧା ୩୩୫, କୋରାପୁଟ ୪ ଓ ମାଲକାନଗିରି ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ୨୭, ନୟାଗଡ଼ ୭, ନୂଆପଡ଼ାରୁ ଜଣେ,ପୁରୀରୁ ୧୭, ରାୟଗଡ଼ା ୪, ସମ୍ବଲପୁର ୭, ସୋନପୁରରୁ ଜଣେ, ସୁନ୍ଦରଗଡ଼ ୧୩ ଓ ଷ୍ଟେଟପୁଲରୁ ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.