ବନ୍ଦ ହେଲା ହୀରାକୁଦର ଆଉ ୮ ଗେଟ୍

ସମ୍ବଲପୁର, ସେପ୍ଟେମ୍ବର 24 : ବନ୍ଦ ହେଲା ହୀରାକୁଦର ଆଉ ୮ଟି ଗେଟ୍ । ବର୍ତ୍ତମାନ ୪ଟି ଗେଟ ଯୋଗେ ଜାରି ରହିଛି ବନ୍ୟାଜଳ ନିଷ୍କାସନ । ପୂର୍ବରୁ ଡ୍ୟାମର ୧୨ ଟି ଗେଟ ଜରିଆରେ ଜଳ ନିଷ୍କାସନ ହେଉଥିବା ବେଳେ ଗତ ମଧ୍ୟ ରାତ୍ରିରୁ ବର୍ତ୍ତମାନ ସୁଦ୍ଧା ପର୍ଯ୍ୟାୟ କ୍ରମରେ ୮ ଟି ଗେଟକୁ ବନ୍ଦ କରାଯାଇଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୯.୦୨ ଫୁଟ ରହିଛି। ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୯୪,୭୫୮ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳ ଭଣ୍ଡାରରୁ ତଳ ମୁଣ୍ଡକୁ ସେକେଣ୍ଡ ପ୍ରତି ୧,୭୭,୩୪୯ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

gpkandhamal

ସେପଟେ ସୁବର୍ଣ୍ଣରେଖା ନଦୀରେ ପୁଣି ବନ୍ୟା ଆଶଙ୍କା । ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଝାଡଖଣ୍ଡର ଗାଲୁଡିହି ବ୍ୟାରେଜରୁ ଗତ ଦୁଇ ଦିନରେ ପର‌୍ୟ୍ୟାୟ କ୍ରମେ ୧୧ ହଜାର ୩ ଶହ କ୍ୟୁସେକ୍ ପାଣି ନିଷ୍କାସନ କରାଯିବା ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା ।

Umasankar Adv

ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରେ ସତର୍କ ସଂକେତ ୯,୪୫ ମିଟର ଥିବାବେଳେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୩୦ ମିଟର ଉପରେ ପ୍ରବାହିତ ହେବାରେ ଲାଗିଛି । ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବାଲିଆପାଳ, ଭୋଗରାଇ ଏବଂ ଜଳେଶ୍ବର ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ଅନେକ ପଂଚାୟତରେ ପାଣି ପଶିଥିବାରୁ ଦେଖିବାକୁ ମିଳିଛି ।

Leave A Reply

Your email address will not be published.