ଗହଳି ପାଇଁ ସୃଷ୍ଟି ହେଉଛି ସମସ୍ୟା

କଟକ, ସେପ୍ଟେମ୍ବର 24: କଟକର ମୁଣ୍ଡଳି ବ୍ୟାରେଜ ମହାନଦୀରେ ଫସି ରହିଥିବା ଦନ୍ତା ହାତୀ ଘଟଣାରେ ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ହେଲେ ଲୋକଙ୍କ କୋଳାହଳକୁ ନେଇ ଅଧିକ ଡ଼ରିଯାଉଛି ଦନ୍ତା ହାତୀ ଯାହାଫଳରେ କୂଳକୁ ଆସିବାକୁ ଅଧିକ ସମୟ ଲାଗୁଛି । ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏଫଓ  ହାତୀକୁ ଉଦ୍ଧାର କରିବା ଲାଗି ବନ ବିଭାଗର ୧୦ ଜଣିଆ ବିଶେଷଜ୍ଞ ଦଳ ମୁଣ୍ଡଳିରେ ପହଞ୍ଚିଛି । ଆଠଗଡ଼, ଡମପଡ଼ା, ଚନ୍ଦକାର ବନ ଅଧିକାରୀ ମୁଣ୍ଡଳିଠାରେ ଉପସ୍ଥିତ ରହି ହାତୀକୁ ଉଦ୍ଧାର କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ।

gpkandhamal

ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି କଟକର ମୁଣ୍ଡଳି ବ୍ୟାରେଜରେ ମହାନଦୀରେ ଫସି ରହିଥିବା ଦନ୍ତା ହାତୀଟି ଏବେ ନିଜ ଉଦ୍ୟମରେ କୂଳରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛି। ତଥାପି ବିପଦ ହଟିନାହିଁ ।ସୁଚନା ଅନୁସାରେ ହାତୀ ନଦୀରେ ପଡ଼ିଯିବା ଘଟଣା ଜାଣିବା ପରେ ଘଟଣାସ୍ଥଳରେ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Umasankar Adv
Leave A Reply

Your email address will not be published.