କେନାଲରୁ ମିଳିଲା ମୃତ ଯୁବତୀଙ୍କ ମୃତଦେହ

ଚଣ୍ଡିଖୋଲ , ସେପ୍ଟେମ୍ବର 24 : କେନାଲରୁ ମିଳିଲା ମୃତ ଯୁବତୀଙ୍କ ମୃତଦେହ । ଏପରି ଖବର ଆସିଛି ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଶାସନ ପୁରୁଷୋତ୍ତମପୁର ହାଇ ଲେବଲ ଗାଁରୁ ।  ମୃତ ଯୁବତୀଙ୍କ ନାଁ ହେଉଛି ରୀନା ରାଣୀ ପଣ୍ଡା ।

gpkandhamal

ଗତ ତିନି ଦିନ ତଳେ  ଯୁବତୀ ଜଣକ ନିଖୋଜ ହୋଇଯାଇଥିବା ବେଳେ ଆଜି ତାଙ୍କ ମୃତ୍ୟୁ ଖବର ସାରା ର୍ଗାରେ ଦୁଃଖର ଛାୟା ଖେଳାଇ ଦେଇଛି । ତେବେ ନିଖୋଜ ଯୁବତୀଙ୍କୁ କିଏ ମାରିକି କେନାଲରେ ପକାଇ ଦେଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ସେନେଇ ଏପର୍ଯ୍ୟନ୍ତ କିଛି ସ୍ଫଷ୍ଟ ସୁଚନା ମିଳିପାରି ନାହିଁ ।

Umasankar Adv

ଏ ନେଇ ଧାନମଣ୍ଡଳ ଫାଣ୍ଡି ପୋଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାଣିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ମେଡିକାଲକୁ ପଠାଇଛି । ତିନି ଦିନ ହେବ ନିଖୋଜ ଥିବାବେଳେ ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଧାନମଣ୍ଡଳ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିଲା । 

Leave A Reply

Your email address will not be published.