ରାସ୍ତା କାମକୁ ବିରୋଧ କରି ସୁପରଭାଇଜରଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି , ସେପ୍ଟେମ୍ବର 24 : ଦିନକୁ ଦିନ ରାଜ୍ୟରେ ମାଓବାଦୀଙ୍କ ଆତଙ୍କ ବଢୁଥିବା ବେଳେ ରାସ୍ତା କାମକୁ ବିରୋଧ କରି ଜଣେ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ନକ୍ସଲ । ଏପରି ଘଟଣା ଘଟିଛି ଛତିଶଗଡ଼ର ନାରାୟଣପୁର ଜିଲ୍ଲା ମୋଡ଼େନାରରେ । 

ଘଟଣାସ୍ଥଳରେ ତିଆରି ହେଉଥିବା ଏହି କାର୍ଯ୍ୟକୁ ଅନେକ ଦିନରୁ  ବିରୋଧ  କରିଆସୁଥିଲେ ନକ୍ସଲ ମାନେ ଏପରିକି ସରକାରଙ୍କୁ ଚେତାଇ ଦେବା ପାଇଁ କାନ୍ଥ ଓ ଗଛରେ ପୋଷ୍ଟର ଲଗାଇ ସରକାରଙ୍କୁ ଧମକ ମଧ୍ୟ ଦେଇଥିଲେ । ହେଲେ  ପୁଣି ଏହି କାମ ଚାଲିବା କାରଣରୁ ସୁପରଭାଇଜରଙ୍କୁ ଗୁଳିକରି ହତ୍ୟା କରିବା ସହ ୪ଟି ଗାଡ଼ି ଜାଳି ଦେଇଛନ୍ତି ନକ୍ସଲ । 

Umasankar Adv
gpkandhamal

ମୃତ ସୁପରଭାଇଜର ଜଣଙ୍କ ହେଲେ ସନ୍ଦୀପ । ଏହି ହିଂସାକାଣ୍ଡରେ ଶତାଧିକ ସଶସ୍ତ୍ର ମହିଳା ଓ ପୁରୁଷ ନକ୍ସଲ ସାମିଲ ଥିଲେ। ଏହି ଘଟଣାପରେ ପରେ ପୁଲିସ ପକ୍ଷରୁ ସେହି ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

 ଘଟଣାସ୍ଥଳରେ ନକ୍ସଲମାନେ ପୋଷ୍ଟର ଛାଡ଼ି ଯାଇଛନ୍ତି। ରାସ୍ତା କାମକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ରାସ୍ତା କାମକୁ ସ୍ଥାନୀୟ ଲୋକ ସହଯୋଗ ନ କରିବାକୁ ପୋଷ୍ଟରରେ ଧମକ ଦିଆଯାଇଛି ।

Leave A Reply

Your email address will not be published.