ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ସେପ୍ଟେମ୍ବର 24 : ଆଜିଠାରୁ ତିନିଦିନିଆ ଗସ୍ତରେ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନକୁ ଦିନ ମାଓ ନକ୍ସଲମାନେ ସକ୍ରିୟ ହେଉଥିବା ବେଳେ ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ  ଦ୍ୱାରା ଏକ ବୌଠକ ଡ଼କାଯାଇଛି ତେଣୁ ଏହି ବୌଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବା ପାଇଁ ଯାଉଥିବା ସୁଚନା ମିଳିଛି । 

gpkandhamal

କେବଳ ଓଡ଼ିଶାର ନୁହେଁ ଯେଉଁ ସବୁ ରାଜ୍ୟରେ ମାଓବାଦୀମାନେ ସକ୍ରିୟ ଅଛନ୍ତି ସେହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଡ଼କାଯାଇଛି । କିପରି ମାଓବାଦୀଙ୍କ କାର୍ଯ୍ୟକୁ ଦମନ କରିହେବ ଏବଂ ରାଜ୍ୟରେ ତାଙ୍କ ଉପସ୍ଥିତିକୁ କମ୍ କରି ହେବ ତାହାରି ଉପରେ ଆଲୋକପାତ କରାଯିବ । 

Umasankar Adv

ଆସନ୍ତା ୩୦ରେ ପିପିଲି ରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି କମ୍ ରହିଛି ଏବଂ ଅକ୍ଟୋବର ୩ରେ ଭୋଟ୍ ଗ୍ରହଣ କାର୍ଯ୍ୟ ଅନୁଷ୍ଟିତ ହୋଇଛି ।  

Leave A Reply

Your email address will not be published.