ଉପରତଳ ହେଉଛି କରୋନା ଗ୍ରାଫ୍‌

ଭୁବନେଶ୍ୱର, ସେପ୍ଟେମ୍ବର ୨୪: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ଗ୍ରାଫ୍ । ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୩୯ କରୋନା ପଜଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୩୧୩୩ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୧୬ ରହିଥିବା ବେଳେ ୨୨୩ ଜଣ ଲୋକାଲ କେସ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ୍ ବୟସର ୭୭ ଜଣ ରହିଛନ୍ତି । 

gpkandhamal

ଖୋର୍ଦ୍ଧାରୁ ୨୫୪, କଟକରୁ ୪୮, ଅନୁଗୁଳରୁ ୬, ବଲେଶ୍ୱରରୁ ୨୩, ବରଗଡରୁ ୨, ଭଦ୍ରକରୁ ୧୨, ଦେଓଗଡରୁ ୪, ଢେଙ୍କାନାଳରୁ ୪, ଗଞ୍ଜାମରୁ ୧, ଜଗତସିଂହପୁରରରୁ ୩୧, ଯାଜପୁରରୁ ୧୭, ଝାରସୁଗୁଡାରୁ ୪, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୨, କୋରାପୁଟରୁ ୩, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୧୩, ନୟାଗଡରୁ ୫, ପୁରୀରୁ ୧୨, ରାୟଗଡାରୁ ୨, ସମ୍ବଲପୁରରୁ ୧୨, ସୋନପୁରରୁ ୫, ସୁନ୍ଦରଗଡରୁ ୫ ଏବଂ ଷ୍ଟେଟ ପୁଲରୁ ୬୦ ଜଣ ରହିଛନ୍ତି । 

Umasankar Adv

ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ମୋଟ ୧୦୨୩୧୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୮୨୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୦୯୦୮୮ ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.