ଆଜି ଓଡିଶା ଆସୁଛନ୍ତି ସୁପ୍ରମିକୋର୍ଟ ମୁଖ୍ୟ ବିଚାରପତି

ଭୁବନେଶ୍ୱର, ସେପ୍ଟେମ୍ବର ୨୪ : ଆଜି ଓଡିଶା ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିତାରପତି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ନୁଥାଲଟି ଭେଙ୍କେଟ ରମନ୍ନା ଆଜ ଓଡିସା ଆସୁଛନ୍ତି । ମୁଖ୍ୟ ବିତାରପତିଙ୍କ ଗସ୍ତ ସୂଚୀ ଅନୁସାରେ ୨୪ ତାରିଖ ସନ୍ଧ୍ୟା ୭ଟା ୮୮ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସନ୍ଧ୍ୟା ୮ଟା ୧୫ରେ ଭୁବନେଶ୍ୱରରୁ ପୁରୀ ଯାତ୍ରା କରିବେ । ରାତି ୯ଟା ୨୦ରେ ପୁରୀ ପହଞ୍ଚି ମେ ଫେୟାର ହୋଟେଲରେ ରାତ୍ରି ଭୋଜନ ଓ ରାତ୍ରି ଯାପନ କରିବେ । 

gpkandhamal

ସେହିପରି ୨୫ ତାରିଖ ସକାଳ ୭ଟାରେ ମୁଖ୍ୟ ବିଚାରପତି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ଦର୍ଶନ ସାରିବା ପରେ ମେ ଫେୟାର ହୋଟେଲରେ ଜଳଖିଆ ସାରି କଟକ ଅଭିମୁଖେ ଯାତ୍ରା କରିବେ । 

Umasankar Adv

ତେବେ ମୁଖ୍ୟ ବିଚାରପତିଙ୍କ ଗସ୍ତକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.