ଗଭିର ଅବପାତରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ୱର,ସେପ୍ଟେମ୍ବର ୨୫ : ବଙ୍ଗୋପସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଘନିଭୁତ ବାତ୍ୟାର ରୂପ ନେଇ ପାରେ । ଏବେ ଏହା ଅବପାତରେ ପରିଣତ ହୋଇ ବଳ ଗୋଟାଇବାରେ ଲାଗିଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଏକ ଗଭୀର ଅବପାତରେ ପରିଣତ ହୋଇ ପାରେ । ବର୍ତ୍ତମାନ ଏହା ଗୋପାଳପୁରର ପ୍ରାୟ ୫୮୦ କିଲୋମିଟର ଏବଂ କଳିଙ୍ଗାପାଟନମ୍ ରୁ ୬୬୦ କିଲୋମିଟର ପୂର୍ବରେ ରହିଛି । ଆସନ୍ତା ୨୬ ତାରିଖ ବେଳକୁ ଏହା ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରାଯାଇଛି । 

gpkandhamal

ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଏହା ଘଣ୍ଟା ପ୍ରତି ୭୦ରୁ ୯୦ କିଲୋମିଟର ବେଗରେ ବହିପାରେ । ଏହାର ପ୍ରଭାବରେ ପବନ ସହିତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ବାତ୍ୟା ପ୍ରଭାବରେ କଚ୍ଚାଘର , ବିଦ୍ୟୁତ୍ ଖୁଣ୍ଟ , ଗଛ ଉପୁଡ଼ିପାରେ । ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିପାରେ । ବାତ୍ୟା ପ୍ରଭାବରେ ଗଞ୍ଜାମ , ରାୟଗଡ଼ା , କନ୍ଧମାଳ ଏବଂ ଗଜପତି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ଏପରିକି କଟକ , ଜଗସିଂହପୁର , ପୁରୀ , ଖୋଦ୍ଧା , ନୟାଗଡ଼ , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ଯୋଗୁ ୨୬ରୁ ୨୮ ତାରିଖ ଯାଏ ଉକ୍ତ ଜିଲାଗୁଡ଼ିକରେ ବର୍ଷାହେବ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖ୍ ମସ୍ୟଜୀବୀମାନଙ୍କୁ ୨୫ରୁ ୨୮ ତାରିଖ ଯାଏ ସମୁଦ୍ର ଭିତରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି । ସେହିପରି ସମସ୍ତ ଜିଲାପାଳଙ୍କୁ ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ କମିଶନ ( ଏଆରସି ) ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Umasankar Adv
Leave A Reply

Your email address will not be published.