ଜଣକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଦୁଇ ଜୀବନ

ବାଲେଶ୍ୱର, ସେପ୍ଟେମ୍ବର ୨୫ : ବାଲେଶ୍ୱର ଅରଡ଼ବଜାରସ୍ଥିତ ବ୍ରିଜ୍ ତଳେ ଯାଇଥିବା ରେଳଧାରଣାରେ ଟ୍ରେନ ଧକ୍କାରେ ୨ଜଣଙ୍କ ଜୀବନ ଯାଇଛି । ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟଜଣେ ଚିହ୍ନଟ ହୋଇପାରିନାହାନ୍ତି । ଉଭୟଙ୍କ ମୃତଦେହକୁ ଜିଆରପି ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ , ହାୱଡରୁ ଚେନ୍ନାଇକୁ ଯାଉଥିବା ଦୂରନ୍ତ ଏକ୍ସପ୍ରେସ୍ ଦିନ ୨ଟା ୧୭ ମିନିରେ ବାଲେଶ୍ବରର ଉକ୍ତ ଓଭରବ୍ରିଜ ତଳେ ପାସ୍ କରୁଥିଲା । 

gpkandhamal

ଜଣେ ୬୫ବର୍ଷର ବୟସ୍କ ଲୋକ ରେଳଧାରଣା ଉପରକୁ ଚହୁଥିବା ଦେଖି ଟାଉନ ଥାନା ଅଧୀନ ଦାମୋଦରପୁରର ବିକାଶ ସାମନ୍ତ ( ୫୫ ) ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରୁଥିଲେ । ଏହି ସମୟରେ ଟ୍ରେନ୍ ପହଞ୍ଚିଯିବାରୁ ଉଭୟ ଟ୍ରେନ୍‌ରେ ଧବା ହୋଇ ମୃତ୍ୟୁବରଣ କରିଥିଲେ । ଏନେଇ ବାଲେଶ୍ବର ଜିଆରପି ଥାନାରେ ପୃଥକ୍ ଭାବେ ଦୁଇଟି ମାମଲା (ନଂ.୪୬/୨୧ ଓ ୪୭/୨୧) ରୁକୁ କରାଯାଇଥିବା ଜିଆରପି ଥାନା ଏଏସ୍‌ଆଇ ପରିକ୍ଷୀତ ନାୟକ ସୂଚନା ଦେଇଛନ୍ତି 

Umasankar Adv
Leave A Reply

Your email address will not be published.