କୋରାପୁଟରେ ଧସିଲା ମାଟି ଅତଡା

କୋରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ସୁଙ୍କି ଘାଟିର ରାଲେଗଡ଼ା ଓ ସୁଙ୍କି ଗାଁରେ ଖସିଲା ମାଟି ଅତଡା । ମାଟି ଅତଡ଼ା ଖସି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି । ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ବର୍ଷା ପାଇଁ ଏପରି ସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ସଫା କରି ଯାତାୟତ ସ୍ୱାଭାବିକ କରିବାକୁ ଜାରି ରହିଛି ଉଦ୍ୟମ ।

gpkandhamal

କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି ବାତ୍ୟା ଗୋଲାବର ପ୍ରଭାବ । ବାତ୍ୟା ପ୍ରଭାବରେ ଜିଲ୍ଲାରେ ପବନ ସହ ବର୍ଷା ହୋଇଛି । ପବନ ଯୋଗୁ ବୈପାରୀଗୁଡା ମାଲକାନଗିରି ୩୨ ନମ୍ବର ଜାତୀୟ ରାଜପଥରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ରାସ୍ତାରୁ ଗଛ ହଟାଇବା ପାଇଁ ଉଦ୍ୟମ କରାଯାଉଛି । ସେହିପରି ଦଶମନ୍ତପୁର ଓ ବୈପାରୀଗୁଡା ବ୍ଲକର ୨ଟି ଘର ଭାଙ୍ଗିବା ସହ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଛି । ଓଡ୍ରାଫ୍ ଟିମ୍ ରାସ୍ତାରୁ ଗଛ ହଟାଇଛନ୍ତି । ଜିଲ୍ଲାର ଶୁଙ୍କି ଅଂଚଳରେ ପ୍ରବଳ ବର୍ଷା ସହ ପବନ ହୋଇଛି । ଗଛ ପଡ଼ି ରାସ୍ତା ଅବରୋଧ ହେବା ସହ ୫ଟି ଘର ଭାଙ୍ଗିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର କୁନ୍ଦୁଲି ଓ ମାଳିପୁଟ ନିକଟରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ।

Umasankar Adv
Leave A Reply

Your email address will not be published.