ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ଦର ପ୍ରଭାବ

ଓଡିଶା : ଆଜି ଭାରତ ବନ୍ଦ ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା । ସକାଳ ୬ରୁ ଅପରାହ୍ଣ ୪ ଯାଏଁ ୧୦ ଘଂଟିଆ ବନ୍ଦ ଡାକରାକୁ ଓଡିଶାର କଂଗ୍ରେସ ସମେତ ୭ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ରାଜନୈତିକ ଦଳ ସହ କୃଷକ ସଂଗଠନ ଓ ସାମାଜିକ ସଂଗଠନ ସମର୍ଥନ ଜଣାଇଥିବାରୁ ବନ୍ଦର ପ୍ରଭାବ ଦେଖା ଯାଇଛି । କୌଣସି ଅପରିତିକର ପରିସ୍ଥିିତି ଏଡ଼ାଇବାକୁ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଆନ୍ଦୋଳନକାରୀ ପିକେଟିଂ କରି ରେଳ ରୋକ, ରାସ୍ତା ଅବରୋଧ କରୁଥିବା ଦେଖା ଯାଇଛି । ଦୋକାନ ବଜାର ବନ୍ଦ କରିବାକୁ ଚେଷ୍ଟା ଚଳାଇଛନ୍ତି ଆନ୍ଦୋଳନକାରୀ । ତେବେ ଅତ୍ୟାବଶ୍ୟକ ସେବା ବନ୍ଦ ପାଳନରୁ ବାଦ ଦିଆଯାଇଛି ।

gpkandhamal

ସଂଯୁକ୍ତ କିଶାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଉପକଣ୍ଠରେ ଭାରତ ବନ୍ଦ ସଂପୃର୍ଣ୍ଣ ଭାବରେ ସଫଳ ହୋଇଛି । ବୀରମହାରାଜପୁର କୃଷକ ପରିସଦର କର୍ମକତାମାନେ ସୋନପୁର ରେଢ଼ାଖୋଲ ରାସ୍ତାର ମୁଖ୍ୟ ଛକ ଠାରେ ପିକେଟିଂ କରି ଯାନବାହନ ଚଳାଚଳ ବନ୍ଦ କରିଛନ୍ତି । ରାୟଗଡ଼ା ଗୁଣୁପୁର ଠାରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ସିପିଆଇଏମଏଲ ଲିବେରେସେନ ଓ ୩ଟି କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ବନ୍ଦ ପାଇଁ କୃଷକ ସଂଗଠନ ଓ ବାମପନ୍ଥୀ ଦଳର କର୍ମୀମାନେ ଗୁଣୁପୁର ଏସପି ଗୁଡ଼ା ଛକ ନିକଟରେ ଟାୟାର ଜାଳି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ବାଲେଶ୍ୱର ରେଳ ଧାରଣାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆନ୍ଦୋଳନକାରୀ ।

Umasankar Adv

ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଧସେଇ ପସିଲେ ଆନ୍ଦୋଳନକାରୀ । କାର୍ଯ୍ୟଳୟ ଭିତରେ ଆନ୍ଦୋଳନକାରୀ ପଶି ବିରୋଧ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନ ପିକେଟିଂ କରି ଧାରଣା ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଡାକଘର ସାମ୍ନାରେ ପୋଷ୍ଟର ଲଗାଇ ତାକୁ ବନ୍ଦ କରିଛନ୍ତି । ରେଳ ଷ୍ଟେସନକୁ ଯାଇ ଟ୍ରେନ ସମ୍ମୁଖରେ ପୋଷ୍ଟର ବ୍ୟାନର ଧରି ଧାରଣା ଓ ନାରାବାଜି ଦେଇଥିଲେ ଆନ୍ଦୋଳନାରୀ ।

Leave A Reply

Your email address will not be published.