ଭୁବନେଶ୍ୱରରେ ବନ୍ଦର ପ୍ରଭାବ

ଭୁବନେଶ୍ୱର : ଭାରତ ବନ୍ଦ ବେଳେ ମାତିଲେଣି ଆନ୍ଦୋଳନକାରୀ । ସଂଯୁକ୍ତ କିଷାନ ମୋର୍ଚ୍ଚାର ୧୦ ଘଂଟିଆ ଭାରତ ବନ୍ଦର ପ୍ରଭାବ ସକାଳୁ ସକାଳୁ ସେତେଟା ଦେଖା ଯାଉନଥିଲା । ସକାଳ ୬ଟାରୁ ବନ୍ଦ ଆରମ୍ଭ ହୋଇଥିବାବେଳେ ଆନ୍ଦୋଳନକାରୀଙ୍କ ଦେଖାନଥିଲା । ହେଲେ ଦିନ ବଢିବା ସହିତ ରାସ୍ତାରେ ପ୍ରତିବାଦକାରୀଙ୍କ ଭିଡ ବଢିବାରେ ଲାଗିଛି । ଏ ହେଉଛି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକର ଦୃଶ୍ୟ । ଯେତେବେଳେ ଜଣେ ଆନ୍ଦୋଳନକାରୀ ଜୋରଜବରଦସ୍ତ ମୋ ବସକୁ ଅଟକାଇ ଦେଉଛନ୍ତି ।

gpkandhamal

ଆନ୍ଦୋଳନକାରୀ ଆଜି ପିକେଟିଂ କରି ରାସ୍ତାରେ ଚଳାଚଳ କରୁଥିବା ଗାଡି ମୋଟରକୁ ଅଟକାଉଥିବା ଦେଖାଯାଇଥିଲା । ଏତିକି ବେଳେ ବନ୍ଦବେଳେ କାହିଁକି ମୋ ବସ ଚଳାଉଛ କହି ଡ୍ରାଇଭରଙ୍କୁ ବାଧା ଦେଇଥିଲେ ଆନ୍ଦୋଳନକାରୀ । ଏପରିକି ବସକୁ ଅଟକାଇବା ସହ ଡ୍ରାଇଭରଙ୍କ ଉପସ୍ଥିତିରେ ବସର ଚାବି ଛଡାଇ ଆଣିଥିଲେ । ବଡକଥା ହେଉଛି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ହେବ ବୋଲି ଘୋଷଣା କରିଥିଲେ କୃଷକ ସଂଗଠନ ଓ ସମର୍ଥନ ଜଣାଉଥିବା ରାଜନୈତିକ ଦଳ । ହେଲେ ପିକେଟିଂ ବେଳେ ଆନ୍ଦୋଳନକାରୀ ରାସ୍ତା ଉପରେ ମୋ ବସକୁ ଠିଆ କରି ଚାବି ଛଡାଇ ଆଣିବା ଭଳି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

Umasankar Adv
Leave A Reply

Your email address will not be published.