ପିଲାଙ୍କ ମନରେ ଘୃଣାଭାବ ଭରୁଛି ସରସ୍ୱତୀ ଶିଶୁ ମନ୍ଦିର

ମଧ୍ୟପ୍ରଦେଶ : ପ୍ରଦେଶ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ବିବାଦୀୟ ବୟାନ । ବିଜେପି ଓ ଆରଏସଏସକୁ ଟାର୍ଗେଟ କରିବା ସହ ସରସ୍ୱତୀ ଶିଶୁ ମନ୍ଦିରର ପାଠପଢାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଦିଗବିଜୟ । ସରସ୍ୱତୀ ଶିଶୁ ମନ୍ଦିରରେ ପିଲାଙ୍କ ମନରେ ଛୋଟବେଳୁ ଅନ୍ୟ ଧର୍ମ ବିରୋଧରେ ଘୃଣାଭାବ ଭରି ଦିଆଯାଉଛି । ଆଉ ଏହି ଘୃଣାଭାବ ପରବର୍ତ୍ତୀ ସମୟରେ ଦେଶର ସାଂପ୍ରଦାୟିକ ସଦଭାବରେ ବାଧା ସୃଷ୍ଟି କରିଥାଏ । ଏହାଦ୍ୱାରା ସାଂପ୍ରଦାୟିକ ସ୍ଥିତି ସୃଷ୍ଟି ହେବା ସହ ଦେଶରେ ଦଙ୍ଗା ଭଳି ଘଟଣା ଦେଖିବାକୁ ମିଳିଥାଏ । ଶନିବାର ଭୋପାଳରେ କେନ୍ଦ୍ର ସରକାରଙ୍କ ବିରୋଧରେ ହେଉଥିବା ପ୍ରଦର୍ଶନ ସମୟରେ ଏଭଳି ବିବାଦୀୟ ବୟାନ ରଖିଛନ୍ତି ଦିଗବିଜୟ ସିଂ । ଏପରିକି ବିଜେପି ଓ ଆରଏସଏସର ବିଚାରଧାରା ବିରୋଧରେ ଲଢେଇ କରିବାକୁ ଏହା ପ୍ରକୃତ ସମୟ । ତେଣୁ ସମସ୍ତଙ୍କୁ ଏକାଠି ହେବାକୁ ପଡିବ । ଦିଗବିଜୟ କହିଛନ୍ତି, ଆମର ଲଢେଇ ସେହି ବ୍ୟକ୍ତିଙ୍କ ବିରୋଧରେ ଯେଉଁମାନେ ସରସ୍ୱତୀ ଶିଶୁ ମନ୍ଦିରରେ ପିଲାଙ୍କ ମନରେ ଅନ୍ୟ ଧର୍ମ ପ୍ରତି ଘୃଣା ଓ ବିଦ୍ୱେଷ ଭାବେ ଭରୁଛନ୍ତି । ଆଉ ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

gpkandhamal

ଦିଗବିଜୟଙ୍କ ଏହି ବୟାନ ଆସିବା ପରେ ବିଜେପି କଡା ପ୍ରତିକ୍ରିୟା ଦେଇଛି । ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟ ଟ୍ୱିଟ୍ କରି କହିଛନ୍ତି, ସରସ୍ୱତୀ ମନ୍ଦିର ଦେଶଭକ୍ତିର ପାଠଶାଳା । ଏଠାରେ ପିଲାମାନେ ପ୍ରାର୍ଥନା କରନ୍ତି । ତେଣୁ ମତିଭ୍ରମ ହୋଇଥିବା ବ୍ୟକ୍ତି ହିଁ ଏହା ଉପରେ ଆଙ୍ଗୁଠି ଉଠାନ୍ତି । ଏହାସହ କୈଳାଶ ଲେଖିଛନ୍ତି, ଆତଙ୍କବାଦୀ ଓସାମାଙ୍କ ନାଁ ଆଗରେ ଜୀ ଲଗାଇବା, ଆତଙ୍କୀ ଜାକିର ନାଏକଙ୍କୁ ଶାନ୍ତିଦୂତ କହିବା, ବାଟଲା ହାଉସ୍ ଏନକାଉଣ୍ଟରକୁ ମିଛ କହିବା ସହ ସହିଦ ଇନସପେକ୍ଟର ମୋହନ ଶର୍ମାଙ୍କୁ ଅପମାନିତ କରିବା, ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିବା । ଏହା କଂଗ୍ରେସର କେଉଁ ପାଠଶାଳାରେ ପଢାଯାଉଛି, ତାହା ଦେଶବାସୀ ଜାଣିବାକୁ ଚାହୁଁଛନ୍ତି ବୋଲି ଦିଗବିଜୟଙ୍କୁ ପ୍ରଶ୍ନ କରିଛନ୍ତି ।

Umasankar Adv
Leave A Reply

Your email address will not be published.