ଖେଳ ପଡ଼ିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

ବରଗଡ଼ , ସେପ୍ଟେମ୍ବର 29 : ଖେଳ ପଡ଼ିଆରୁ ଜଣେ ଯୁବକଙ୍କ ମୃତଦେହ  ଉଦ୍ଧାର ହୋଇଛି । ଏପରି ଘଟଣା ଘଟିଛି ବରଗଡ ଟାଉନ ଥାନା ଅମ୍ବାପାଲି ଖେଳପଡ଼ିଆରେ । ବର୍ତ୍ତମାନ ଯାହା ସୁଚନା ମିଳିଛି ମୃତ ଯୁବକ ଜଣକ ଅତବିରା ଥାନା ଅନ୍ତର୍ଗତ ମହମ୍ମଦ କାସିମ ।

gpkandhamal

ତେବେ ତାଙ୍କ ଗଳାକୁ କିଏ କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୁଚନା ଅନୁସାରେ ସବୁଦିନ ପରି ଗତକାଲି ମଧ୍ୟ ବରଗଡ଼ ଡେମକଲୋନୀ ନିକଟସ୍ଥ କାସିମ ଲେଦ ଗ୍ୟାରେଜରେ କାମ କରିବାକୁ ଆସିଥିଲେ । ହେଲେ ରାତିରେ ଘରକୁ ଫେରିନଥିଲେ ପରେ ଘର ଲୋକଙ୍କ ବହୁ ଖୋଜାଖୋଜି ପରେ ଆଜି ତାଙ୍କର ମୃତ ଦେହ ପଡ଼ିଆରୁ ଉଦ୍ଧାର କରାଯାଇଛି ।

Umasankar Adv

 ହେଲେ କିଏ କଣ ପାଇଁ ଏପରି ଲୋମ ଟାଙ୍କୁରା ଘଟଣା ଘଟାଇଛି ଏ ନେଇ କିଛି ସ୍ୱଷ୍ଟ ସୁଚନା ଆସିନାହିଁ । ଗ୍ରାମବାସୀଙ୍କର ଅଭିଯୋଗ କ୍ରମେ ଘଟଣା ସ୍ଥଳରେ ପୋଲିସ୍ ପହଂଚି ଅଧିକ ଖୋଳତାଡ଼ ଆରମ୍ଭ କରିଛି ।

Leave A Reply

Your email address will not be published.