ଗାଁ ଦାଣ୍ଡରୁ ନାବାଳକ ନିଖୋଜ ହେବା ଘଟଣା, ୨ ଦିନ ପରେ ଧାନ ବିଲରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର

ବଣାଇ, ସେପ୍ଟେମ୍ବର 29 : ଗତ ୨୫ ତାରିଖ ଦିନ ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍ ନିଖୋଜ ହୋଇଯାଇଥିବା ଶିଶୁକୁ ୨ ଦିନ ପରେ ଧାନ ବିଲରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କଲେ ପୋଲିସ୍ ଓ ପରିବାର ଲୋକେ । ପିଲାଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅଧିକ ରକ୍ତସ୍ରାବ ହେଉଥିବା କାରଣରୁ ଅବସ୍ଥା ସାଂଘାତିକ ହୋଇ ପଡ଼ିଥିଲା।

gpkandhamal

ତେଣୁ ତୁରନ୍ତ ଚିକିତ୍ସା କରିବା ପାଇଁ ପରିବାର ଲୋକ ପ୍ରଥମେ ପିଲାଟିକୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ନ ସୁଧୁରିବାରୁ ଗତକାଲିବୁର୍ଲା ରେଫର କରାଯାଇଥିଲା। ବୁର୍ଲା ମେଡିକାଲରେ ପିଲାଟିର ଚିକିତ୍ସା କରାଯାଇଥିବା ବେଳେ ବର୍ତ୍ତମାନ ସେ ବିପଦମୁକ୍ତ ଥିବା ଜଣାଯାଇଛି। 

Umasankar Adv

ଗୁରୁତର ନାବାଳକ ହେଲେ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ଗ୍ରାମର ଦିଲୀପ ଦର୍କାଙ୍କ ୬ ବର୍ଷୀୟ ପୁଅ ସୁଗମ ଦର୍କା । ତେବେ କିଏ ଓ କାହିଁକି ପିଲାଟିକୁ ଗାଁ ଦାଣ୍ଡରୁ ଉଠାଇନେଲା ତାହା ଜଣାପଡ଼ିନି। ଏନେଇ ପୋଲିସ୍ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.