ଋଣ ପରିଷୋଧ କରିବାକୁ ମା’ଙ୍କୁ ହତ୍ୟା

ଭିଲୱାରା, ସେପ୍ଟେମ୍ବର ୨୯ : କଳିଯୁଗର ପୁଅ ନିଜର ସ୍ୱାର୍ଥ ପାଇଁ ସଂପର୍କ ଭୁଲିଯାଉଛି । ଏହା ଏକ ସାଧାରଣ କଥା ହୋଇଛି । ରାଜସ୍ଥାନର ଭିଲୱାରା ଜିଲ୍ଲାରେ କଲେଜର ସାଙ୍ଗମାନେ ଅନଲାଇନ ଜୁଆ ଖେଳି ଟଙ୍କା ରୋଜଗାର କରୁଥିବା ଦେଖି ଜଣେ ଯୁବକଙ୍କୁ ଅନଲାଇନ ଖେଳ ନିଶା ହୋଇଛି । ସଂପୃକ୍ତ ଯୁବକ ଜଣକ ୭ ଲକ୍ଷ ଟଙ୍କା ଋଣ କରିଦେଲେ । ଯେତେବେଳେ ସେ ଋଣ ପରିଷୋଧ କରିପାରିଲା ନାହିଁ, ଶେଷରେ ମାଙ୍କୁ ଲୁଟି କରିଥିଲା । ହତ୍ୟାକୁ ଲୁଚାଇବା ପାଇଁ କୂଅରେ ଫିଙ୍ଗି ଦେଇଥିଲା । 

gpkandhamal

ଜିଲ୍ଲାର ବାଗୋର ଥାନା ଅଂଚଳରେ ରେୱାଡା ଗ୍ରାମରେ ସେପ୍ଟେମ୍ବର ୧୯ରେ କ୍ଷେତର କୂଅ ଭିତରୁ ସୁଖୀ ଦେବୀଙ୍କ ମୃତଦେହ ମିଳିଥିଲା । ପୋଲିସ ତଦନ୍ତ ପାଇଁ ଏଫଏସଏଲ ଓ ଗଡ ସ୍କ୍ୱାର୍ଡ ସାହାଯ୍ୟ ନିଆଯାଇଥିଲା । ତେବେ ସନ୍ଧାନୀ କୁକୁର ଘଟଣାସ୍ଥଳରୁ ମୃତକଙ୍କ ଘର ଆଗରେ ଅଟକିଥିଲା । ପୋଲିସ ଜାଣିବାକୁ ପାଇଲା ଯେ, ଅଭିଯୁକ୍ତ କୌଣସି ସଂପର୍କୀୟ ହୋଇଥାଇପାରେ । 

Umasankar Adv

ପୋଲିସ ମୃତକା ସୁଖୀ ଦେବୀଙ୍କ ପୁତୁରା ନବୀନ ଶର୍ମାଙ୍କ ଉପରେ ସଂଦେହ କରିଥିଲା । ହତ୍ୟା ଅଭିଯୋଗ ନବୀନ ଶର୍ମାଙ୍କୁ ଗିରଫ କରିବା ପରେ ଅନେକ ଘଟଣା ପଦାକୁ ଆସିଥିଲା । ଅଭିଯୁକ୍ତ ୬ ମାସ ପୂର୍ବରୁ ଅନଲାଇନ ରମୀ ଗେମ୍ ଖେଳିବା ଆରମ୍ଭ କରିଥିଲା । ଏଥି ପାଇଁ ୭ ଲକ୍ଷ ଟଙ୍କା ଋଣ କରିଥିଲା । କିନ୍ତୁ ଋଣ ପରିଷୋଧ କରି ନପାରିବାରୁ ବଡ଼ମାଙ୍କ ଠାରୁ ସୁନା ଲୁଟ କରିଥିଲା ଓ ହତ୍ୟା କରି କୂଅରେ ମୃତଦେହ ଫିଙ୍ଗିଦେଇଥିଲା । 

Leave A Reply

Your email address will not be published.