ଆସନ୍ତା ୪ ତାରିଖରେ ଗଜପତି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ସେପ୍ଟେମ୍ବର 29 : ଆସନ୍ତା ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁର୍ବରୁ ଅକ୍ଟୋବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ବାତ୍ୟା ଓ ବର୍ଷା ପାଇଁ ତାହାକୁ ଘୁଞ୍ଚାଇ ଦିଆଯାଇଥିଲା। ଯାହାଫଳରେ ଏହି ଗ୍ରସ୍ତକୁ ଆସନ୍ତା ୪ ତାରିଖରେ ରଖାଯାଇଛି । ସେହିପରି  ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ମଧ୍ୟ ଅଛି । କୋଭିଡ୍ ଦ୍ବିତୀୟ ଲହର ପରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଜାରି ରହିଥିବା ବେଳେ ୪ ତାରିଖରେ ଗଜପତି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବେ। ଏହା ସହ ବହୁ ଉନ୍ନୟନମୂଳକ କାର‌୍ୟ୍ୟର ମଧ୍ୟ ଶୁଭାରମ୍ଭ କରିବେ। 

gpkandhamal

ପୁର୍ବରୁ ସୁନ୍ଦରଗଡ଼ ଓ ବଲାଙ୍ଗୀର ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କରିସାରିଛନ୍ତି । ଗଜପତି ହେବ ତାଙ୍କର ଚତୁର୍ଥ ଜିଲ୍ଲା ଗସ୍ତ ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। 

Umasankar Adv

୨ ତାରିଖଠାରୁ ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତାମାନେ ସେଠାରେ ଡେରା ପକାଇବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ସେମାନେ ଆଉ ତିନି ଦିନ ରହି ବିଭିନ୍ନ ବ୍ଲକ୍‌ରେ କାର୍ଡ ବଣ୍ଟନ କାର‌୍ୟ୍ୟ ଜାରି ରଖିବେ। 

Leave A Reply

Your email address will not be published.