ଭାରତ ମାଟିରେ ଚୀନ ସେନା

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୯ : ପୂର୍ବ ଲଦ୍ଦାଖରେ ଉତ୍ତେଜନା ଦେଖାଯାଇଥିବା ବେଳେ ଚୀନ ଏବେ ଉତ୍ତରାଖଣ୍ଡର ବାରାହାତେୀ ଅଂଚଳରେ ପ୍ରତିକ୍ରିୟା ଦେଖାଇଛି । ଚୀନର ପିପୁଲ୍ସ ଲିବରେଶନ ଆର୍ମୀ (ପିଏଲଏ)ର ପାଖାପାଖି ୧୦୦ ଯବାନ ଗତ ମାସରେ ଉତ୍ତରାଖଣ୍ଡର ବାରାହୋତୀ ସେକ୍ଟରରେ ଏଲଏସିର ଉଲ୍ଲଂଘନ କରିଥିଲେ । ଚୀନ ସେନା ଗତ ଅଗଷ୍ଟ ୩୦ରେ ଭାରତୀୟ ସୀମାରେ ପ୍ରବେଶ କରିଥିଲେ ଏବଂ କିଛି ଘଣ୍ଟା ବିତାଇବା ପରେ ପୁଣି ଫେରି ଯାଇଥିଲେ । ଏହି ଅଂଚଳରେ ଭାରତ-ତିବତ ସୀମା ପୋଲିସ ମୁତୟନ ଅଛନ୍ତି । 

gpkandhamal

ପରିସ୍ଥିତି ଉପରେ ନଜର ରଖିଥିବା ସେନାର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତୀୟ ସେନା ଏବେ ଏଲଏସି ଉପରେ କଡ଼ା ନଜର ରଖିଛି । ସେ କହିଛନ୍ତି ଯେ ପୂର୍ବ ଲଦ୍ଦାଖର ଅନେକ ଅଂଚଳରେ ଭାରତୀୟ ଓ ଚୀନ ସୈନିକଙ୍କ ମଧ୍ୟରେ ଗତିରୋଧ ଜାରି ରହିଛି । ଭାରତୀୟ ଅଧିକାରୀ କହିଛନ୍ତି ଯେ, ଅଗଷ୍ଟ ୩୦ ତାରିଖରେ ଏତେ ସଂଖ୍ୟାରେ ଚୀନ ସୈନିକ ଭାରତ ସୀମା ଭିତରକୁ ପ୍ରବେଶ କରିଥିଲେ । କିନ୍ତୁ ଭାରତ ପୂର୍ବ ଲଦ୍ଦାଖ ଗତିରୋଧ ପରେ ପାଖାପାଖି ୩୫୦୦ କିଲୋମିଟର ଲମ୍ବ ଏଲଏସି ଉପରେ କଡ଼ା ନଜର ରଖିଛି ।  

Umasankar Adv
Leave A Reply

Your email address will not be published.