ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍ , ୧୪ଟି ଟେବୁଲରେ ହେବ ପିପିଲି ଭୋଟ୍ ଗଣତି

ଭୁବନେଶ୍ୱର, ଅକ୍ଟୋବର ୨ : ପିପିଲି ଉପନିର୍ବାଚନ ପାଇଁ ଭୋଟିଂ ଶେଷ ହୋଇସାରିଛି । ଏହାର ଫଳାଫଳ ଆସନ୍ତାକାଲି ଆସିବାକୁ ଯାଉଛି । ଆସନ୍ତାକାଲି ସକାଳ ୮ଟାରେ ପିପିଲି ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଏବଂ ସକାଳ ସାଢେ ୮ଟାରୁ ଇଭିଏମ୍ ଭୋଟ ଗଣତି ଆରମ୍ଭ ହେବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହନୀ ଶନିବାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । 

gpkandhamal

ସେହିପରି ଭୋଟ ଗଣତି ପାଇଁ ମୋଟ ୧୪ଟି ଟେବୁଲ ପ୍ରସ୍ତୁତ ହୋଇଛି । ଏନେଇ ୬୨ ଜଣ ସରକାରୀ ଅଧିକାରୀଙ୍କୁ ଗଣତି ପାଇଁ ନିୟୋଜିତ କରାଯିବ । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଆଧି ଆଗରେ ରଖି ତ୍ରିସ୍ତରୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଭୋଟ ଗଣତି ସମୟରେ ସମସ୍ତ ପ୍ରକାର କୋଭିଡ୍ କଟକଣା ପାଳନ ହେବ ସେନେଇ ସିଇଓ ସୂଚନା ଦେଇଛନ୍ତି । ଗଣତି ହଲ ଭିତରକୁ ଯିବାକୁ ହେଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । 

Umasankar Adv

ଗଣତି ହଲ ଭିତରକୁ ଗଣମାଧ୍ୟମର କର୍ମଚାରୀମାନେ ପ୍ରବେଶ କରିପାରିବେ ନାହିଁ । ରାଜନୈତିକ ଦଳର ଏଜେଣ୍ଟମାନେ ମଧ୍ୟ ଏହି ସମୟରେ ଉପସ୍ଥିତ ରହିପାରିବେ । ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି । ତେବେ କିଏ ହେବ ପିପିଲିର ବିଧାୟକ ତାହା ଭୋଟ୍ ଗଣତି ପରେ ହିଁ ଜଣାପଡିବ ।

Leave A Reply

Your email address will not be published.