ମାଓ ଇଲାକାରେ ଥମିବ ନକ୍ସଲଙ୍କ ସକ୍ରିୟତା

ମାଲକାନଗିରି, ଅକ୍ଟୋବର ୨ : ଦିନକୁ ଦିନ ରାଜ୍ୟରେ ମାଓବାଦୀଙ୍କର ଆତଙ୍କ ବଢି ଚାଲୁଥିବା ବେଳେ ସାଧାରଣ ଲୋକମାନେ ବର୍ତ୍ତମାନ ଆତଙ୍କ ମଧ୍ୟରେ ରହୁଛନ୍ତି । ଫଳରେ ଏହି ମାଓବାଦୀଙ୍କ ସକ୍ରିୟତାକୁ କମ୍ କରିବା ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ତେଣୁ ମାଲକାନଗିରି ସୀମାନ୍ତ ସୁକୁମା, ଦନ୍ତେୱାଡା ଓ ବିଜାପୁର ଜିଲ୍ଲାରେ ମାଓ ବିରୋଧୀ ଅପରେସନ କରିବା ପାଇଁ ବସ୍ତରିଆ ଟାଇଗର ବାଟାଲିୟନ ଗଠନ କରାଯାଇଛି ।

gpkandhamal

ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ତାଲିମ୍ ଆରମ୍ଭ ହୋଇଯାଇଛି । ଏଥିପାଇଁ ୩ ହଜାରରୁ ଅଧିକ ଆଗ୍ରହୀ ଯୁବକ ଯୁବତୀ ଆବେଦନ ମଧ୍ୟ କରିଛନ୍ତି । ବସ୍ତରିଆ ଟାଇଗର ବାଟାଲିଆନରେ ପ୍ରଥମ ପର‌୍ୟ୍ୟାୟରେ ୪ଶହ ଜଣଙ୍କୁ ସାମିଲ କରାଯିବ ।

Umasankar Adv

ଅନ୍ୟମାନଙ୍କୁ ଛତିଶଗଡ ପୋଲିସର ଡି.ଆର.ଜି ବାହିନୀରେ ଭର୍ତ୍ତି ହେବା ଲାଗି ସୁଯୋଗ ମିଳିବ । ଅତ୍ୟାଧୁନିକ ବନ୍ଧୁକ ଚାଳନା, ବିନା ଖାଦ୍ୟରେ ଜଙ୍ଗଲ ଭିତରେ ଜୀବନଯାପନ କରିବାର କୌଶଳ ଶିଖାଉଛି ଦନ୍ତେୱାଡା ପୋଲିସ । ଭାରତୀୟ ସେନା ବାହିନୀରେ ଭର୍ତ୍ତି ହେବା ଲାଗି ଦନ୍ତେୱାଡା ଜିଲ୍ଲା ପ୍ରଶାସନ ସହାୟତା କରିବ । ସେହି ମାନଙ୍କୁ ନେଇ କିପରି ଲାଲଗଡରେ ନକ୍ସଲଙ୍କ ଆତଙ୍କ ଥମିବ ଏଥିପ୍ରତି କାର୍ଯ୍ୟ ଜାରୀ ରହିଛି । 

Leave A Reply

Your email address will not be published.