ଘୋଷଣା ହେଲା ଅଲୁ ଅର୍ଜୁନ ଏବଂ ରଶ୍ମିକା ମାନ୍ଦାନାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ର ରିଲିଜ ତାରିଖ

ନୁଆଦିଲ୍ଲୀ, ଅକ୍ଟୋବର ୩ : ଡିସେମ୍ବର ୧୭ ରେ ଅଭିନେତା ଅଲୁ ଅର୍ଜୁନ ଏବଂ ରଶ୍ମିକା ମାନ୍ଦାନାଙ୍କ ଆଗାମୀ ବହୁଭାଷୀ ଚଳଚ୍ଚିତ୍ର ‘ପୁଷ୍ପା: ଦି ରାଇଜ୍’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଆନ୍ଧ୍ରପ୍ରଦେଶର ପାହାଡରେ ଥିବା ଲାଲ୍ ସାଣ୍ଡର୍ ଡାକୁ ମାନଙ୍କ ଉପରେ ଆଧାରିତ। ଅଭିନେତା ଫାହାଦ୍ ଫାସିଲ ଏହି ଫିଲ୍ମରେ ଏକ ନକାରାତ୍ମକ ଚରିତ୍ରରେ ଅଭିନୟ କରିବେ।

ଚଳଚ୍ଚିତ୍ରର ନିର୍ମାତା ନବୀନ ୟର୍ନେନି ଏବଂ ମଇଥ୍ରୀ ମୁଭି , ମେକର୍ସ ଣ. ରବି ଶଙ୍କର ମିଳିତ ଭାବେ କହିଛନ୍ତି “ଆମର ପ୍ରୟାସ ମନୋରଞ୍ଜନ ଯୋଗାଇବା ଏବଂ ଦର୍ଶକଙ୍କ ପାଇଁ ଏକ ନାଟ୍ୟ ରିଲିଜ୍‌ର ଅଭିଜ୍ଞତାକୁ ସ୍ମରଣୀୟ କରିବା ଦିଗରେ ନିର୍ଦ୍ଦେଶ ଦିଆଯାଇଛି। ‘ପୁଷ୍ପା: ଦି ରାଇଜ୍’ରେ ଏହା ଏକ ଚଳଚ୍ଚିତ୍ର ଯେଉଁଥିରେ ଏକ ନିଆରା ଡାକୁ ମାନଙ୍କୁ ଚିତ୍ରିତ କରାଯାଇଛି। ଏଭଳି କାହାଣୀ ଭାରତୀୟ ସିନେମାରେ ପୁର୍ବରୁ ଦେଖାଯାଇ ନାହିଁ ବୋଲି ସେ କହିଛନ୍ତି । ରିଲିଜ୍ ତାରିଖ ଅଲୁ ଅର୍ଜୁନ ଏବଂ ରଶ୍ମିକା ମାନ୍ଦାନାଙ୍କ ପ୍ରଶଂସକଙ୍କ ସହ ସେୟାର କରିବାକୁ ଆମେ ଉତ୍ସାହିତ। ” ‘ପୁଷ୍ପା: ଦି ରାଇଜ୍’ ମୁଥମସେଟ୍ଟି ମିଡିଆ ସହ ମିଳିତ ଭାବରେ ମଇଥ୍ରୀ ମୁଭି ନିର୍ମାତାଙ୍କ ୟର୍ନେନି ଏବଂ ରବି ଶଙ୍କରଙ୍କ ଦ୍ୱାରା ନିର୍ମିତ । ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦେଶକ ହେଉଛନ୍ତି ଦେବ ଶ୍ରୀ ପ୍ରସାଦ। ତେବେ ଏହି ଫିଲ୍ମଟି ଦୁଇ ଭାଗରେ ରିଲିଜ ହେଉଥିବା ବେଳେ ଏହାର ଦ୍ୱିତୀୟ ଭାଗ ୨୦୨୨ ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି ।

Umasankar Adv
Leave A Reply

Your email address will not be published.