ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ CRPF ଯବାନ୍‌

ନବରଙ୍ଗପୁର, ଅକ୍ଟୋବର ୩ : ସିଆରପିଏଫ୍ କ୍ୟାମ୍ପରେ ଅଘଟଣ । ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ସିଆରିପିଏଫ୍ ଯବାନ୍ । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ରୋଲ୍ କଲରେ ଥିବା ବେଳେ ଯବାନ୍ ଜଣଙ୍କ ଏଭଳି କାର୍ଯ୍ୟ କରିଥିବା ଜଣାପଡିଛି । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଫୁଟାନଡା ସିଆରିପିଏଫ୍ କ୍ୟାମ୍ପରେ ଏଭଳି ଅଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଘଟଣା ସମ୍ପର୍କରେ ଖବର ପାଇ ବଡ ବଡ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିବା ସହିତ ଯବାନ୍ ଜଣଙ୍କ କାହିଁକି ଏଭଳି ପଦକ୍ଷପ ନେଲେ ସେନେଇ ଆରମ୍ଭ ହୋଇଛି ତନାଘନା । ଏପଯେ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି । ତେବେ ମୃତ ସିଆରପିଏଫ୍ ଯବାନ୍‌ଙ୍କ ନାମ ଡି ଗୋବର୍ଦ୍ଧନ ବୋଲି ଜଣାପଡିଛି ।

Leave A Reply

Your email address will not be published.