ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଅଣ୍ଟା ଭିଡିଲେ ସରକାର

ଭୁବନେଶ୍ୱର, ଅକ୍ଟୋବର ୫ : ରାଜ୍ୟରେ ଦିନକୁ ଦିନ ଦୁନୀର୍ତି ବଢିଚାଲୁଥିବା ବେଳେ ଏହା ଦ୍ୱାରା ଅଧିକ ଶିକାର ହେଉଛନ୍ତି ଅତି ଗରିବ ଶ୍ରେଣୀର ଲୋକମାନେ । ଟଙ୍କା କାରବାର  ଠାରୁ  ଆରମ୍ଭ କରି ବିଭିନ୍ନ କଳାବାଟ  ଆପଣାଉଛନ୍ତି ଉଚ୍ଚପଦସ୍ଥ ଅଧିକାରୀ । ପୋଲିସ୍ ବାବୁ ମାନେ ମଧ୍ୟ ସବୁ କିଛି ଜାଣିଥିବା ବେଳେ କାହା ବଳରେ ବଳିଆନ ହେଉଛନ୍ତି ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନେ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଏହାରି ଭିତରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଅଣ୍ଟା ଭିଡିଛନ୍ତି ଓଡ଼ିଶା ସରକାର । ଏହାରି ମଧ୍ୟରେ ଆଉ ୪ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର ।  ଦୁର୍ନୀତିଗ୍ରସ୍ତ ଓ ଅପରାଗଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଆପଣେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ୪ ଅଧିକାରୀଙ୍କ ମଧ୍ୟରେ ୨ ଜଣ ପ୍ରଶାସନିକ ଅଧିକାରୀ ରହିଛନ୍ତି । 

gpkandhamal

ଜଣେ ଜିଲ୍ଲା ସବ ରେଜିଷ୍ଟ୍ରାର ହୋଇଥିବା ବେଳେ ଆଉ ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ହୋଇଥିବା ଜଣାପଡିଛି । ସେହିପରି ଅନୁଗୁଳ ଡ଼େପୁଟୀ କଲେକ୍ଟର ଜାନକୀନାଥ ମିଶ୍ରଙ୍କ ବାଧ୍ୟତାମୂଳକ ଅବସର ମିଳିଥିବା ବେଳେ ଗଜପତି ଜିଲ୍ଲା ନୁଆପଡ଼ା ତହସିଲଦାର ଆକୁଳ ମଲ୍ଲିକ୍‌,ଢେଙ୍କାନାଳ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଲଲାଟେନ୍ଦୁ ଶତପଥୀଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ମଧ୍ୟ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୨୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । 

Umasankar Adv
Leave A Reply

Your email address will not be published.