ମହାନଦୀରେ ୩ ଜଣ ଭାସିଯିବା ଘଟଣା

ସମ୍ବଲପୁର, ଅକ୍ଟୋବର ୫ : ମହାନଦୀରେ ବାପା, ପୁଅ ଓ ଝିଅ ଭାସିଯିବା ଘଟଣା । ମିଳିଲା ନିଖୋଜ ଥିବା ଝିଅର ମୃତଦେହ । ଦୀର୍ଘ ୧୫ ଘଣ୍ଟାର ଅପରେସନ ପରେ ଝିଅର ମୃତଦେହ ଉଦ୍ଧାର କରାଯାଇଛି । ସମ୍ବଲପୁର ମହାନଦୀର ଦଳେଇପଡା ଘାଟରେ ଗାଧୋଇବା ବେଳେ ବାପା, ପୁଅ ଓ ଝିଅ ଭାସିଯାଇଥିଲେ । 

gpkandhamal

ସୂଚନା ଅନୁସାରେ, ସୋମବାର ପେନସନ ପଡାର ମହମ୍ମଦ ଅଲତାଫଙ୍କ ସହ ତାଙ୍କ ପୁଅ ଓ ଝିଅ ମହାନଦୀରେ ଗାଧୋଉଥିଲେ । ପ୍ରଥମେ ଗାଧୋଇବା ବେଳେ ପୁଅ ଓ ଝିଅ ଭାସିଯାଇଥିଲେ । ଆଉ ନିଜ ପୁଅ ଓ ଝିଅଙ୍କୁ ଉଦ୍ଧାର କରିବା ପାଇଁ ବାପା ନଦୀକୁ ଡେଇଁ ପଡିଥିଲେ । ସେ ବି ପାଣିର ସୁଅରେ ଭାସିଯାଇଥିଲେ । ଯାହା ଫଳରେ ୩ ଜମଙ୍କ ପତ୍ତା ମିଳିନଥିଲା । 

Umasankar Adv

ସୋମବାର ସନ୍ଧ୍ୟାରେ ବହୁ ଖୋଜାଖୋଜି ପରେ ବାପା ଓ ପୁଅଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ରାତି ହୋଇଯିବାରୁ ଝିଅକୁ ବହୁ ଖୋଜାଖୋଜି କରିବା ପରେ ପତ୍ତା ମିଳିନଥିଲା । ସେହିପରି ମଙ୍ଗଳବାର ସକାଳୁ ପୁଣି ଥରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଶେଷରେ ଝିଅର ମୃତଦେହ ଉଦ୍ଧାର ହୋଇଛି ।

Leave A Reply

Your email address will not be published.