ମା ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର, ଅକ୍ଟୋବର 6 : ଆଜି ପବିତ୍ର ମହାଳୟା ଅବସରରେ ମା’ ସମଲେଶ୍ୱରୀ ଧବଳମୁଖୀ ବେଶ  ଧାରଣ କରିଛନ୍ତି । ହେଲେ ପୁର୍ବରୁ କରୋନା କଟକଣା ପାଇଁ ଏହି ଦିବ୍ୟ ଦୃଷ୍ଟିକୁ ଦେଖିବାରୁ ଭକ୍ତାଳୁ ମାନେ ବଞ୍ଚିତ ହୋଇଥିବା ବେଳେ ଚଳିତବର୍ଷ କିନ୍ତୁ ଏହି ସୁଯୋଗ ମିଳିଛି । ଫଳରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି ।

gpkandhamal

 ମନ୍ଦିର ପରିସରରେ ୧୩ ସେକ୍ସନ୍ ଫୋର୍ସ ମୁତୟନ ହୋଇଛନ୍ତି । ଆଜି ସକାଳ ୬ଟାରୁ ସନ୍ଧ୍ୟା ସାଢ଼େ ୭ଟା ଯାଏ ଦର୍ଶନ ଜାରି ରହିବ । ସାମାଜିକ ଦୂରତ୍ୱ ରକ୍ଷା ପାଇଁ ସବୁଠି ଗୋଳେଇ ଅଙ୍କାଯାଇଥିବା ବେଳେ ମନ୍ଦିରର ପ୍ରବେଶ ପଥରେ ସାନିଟାଇଜର୍ ମେସିନ୍ ସ୍ଥାପନ କରାଯାଇଛି । ବିନା ମାକ୍ସରେ ଭିତରକୁ ପ୍ରବେଶ ବାରଣ କରାଯାଇଛି । ବୟସ୍କ, ଶିଶୁ, ଗର୍ଭବତୀ ଏବଂ ରୋଗାଗ୍ରସ୍ତଙ୍କୁ ମଧ୍ୟ ମନ୍ଦିର ନ ଆସିବାକୁ କୁହାଯାଇଛି । 

Umasankar Adv
Leave A Reply

Your email address will not be published.