୪ଜଣଙ୍କୁ ହତ୍ୟା କରି ଜେଲରେ ଥିଲେ ଅବସରପ୍ରାପ୍ତ ସେନା କର୍ମଚାରୀ, ବେକରେ ଗାମୁଛା ଲଗାଇ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ, ଅକ୍ଟୋବର ୦୬ : ରାଜେନ୍ଦ୍ର ପାର୍କ ଅଂଚଳରେ ୪ ଜଣଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ରାଓ ରାୟ ସିଂହ ଭୋଣ୍ଡସୀ ଜେଲରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ସକାଳୁ ତାଙ୍କର ମୃତଦେହ ଭୋଣ୍ଡସୀ ଜେଲର ୩ ନମ୍ବର ବାରାକର ଗାଧୁଆ ଘରୁ ଉଦ୍ଧାର କରାଯାଇଛି। ମାମଲାର ମାଜିଷ୍ଟ୍ରେଟ ତଦନ୍ତ ଚାଲିଛି। ଭୋଣ୍ଡସୀ ଜେଲରେ ଏହି ମାମଲା ସକାଳ ୬ଟାରେ ଜଣାପଡ଼ିଥିଲା। ଅନ୍ୟଦିନ ଭଳି ମଙ୍ଗଳବାର ସକାଳ ୬ଟାରେ କଏଦୀଙ୍କର ଗଣତି ହୋଇଥିଲା। ତେବେ ଏହି ସମୟରେ ୩ନମ୍ବର ବାରାକରେ ବନ୍ଦ ବିଚାରାଧୀନ କଏଦୀ ରାୟ ସିଂହ ଉପସ୍ଥିତ ନଥିଲେ।  ଜେଲ କର୍ମଚାରୀ ତାଙ୍କୁ ଖୋଜିବାରେ ଲାଗିପଡ଼ିଥିଲେ। ୩ ନମ୍ବର ବାରାକରେ ଖୋଜାଖୋଜି କରାଯିବା ସମୟରେ ରାୟ ସିଂହଙ୍କ ମୃତଦେହ ଗାଧୁଆ ଘରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ମୃତଦେହ ଝୁଲୁଥିଲା। ତା’ପରେ ଅଧିକାରୀଙ୍କୁ ଘଟଣା ସଂପର୍କରେ ଅବଗତ କରାଇ ମୃତଦେହ ତଳକୁ ଅଣାଯାଇଥିଲା। ଡାକ୍ତରଙ୍କୁ ଡାକି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କିନ୍ତୁ ଏହା ପୂର୍ବରୁ ମୃତ୍ୟୁ ହୋଇସାରିଥିଲା। 

gpkandhamal

ମୃତକ ଗତ ଅଗଷ୍ଟ ୨୩ ତାରିଖ ରାତି ରାଜେନ୍ଦ୍ର ପାର୍କ ଅଂଚଳରେ ନିଜର ଘରେ ପୁତ୍ରବଧୂ ସୁନିତା ଯାଦବ, ଭଡାରେ ରହୁଥିବା କୃ‌ଷ୍ଣ କୁମାର ତିୱାରୀ, କୃଷ୍ଣଙ୍କ ପତ୍ନୀ ଅନାମିକା, ଝିଅ ସୁରଭି ଓ ବିଧିଙ୍କୁ ଆକ୍ରମଣ କରିଥିଲେ। ବିଧିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅନ୍ୟ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା।

Umasankar Adv
Leave A Reply

Your email address will not be published.