ବିନା ଅନୁମତିରେ ୨ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଜି ଲକ୍ଷ୍ମୀପୁର ଖେରୀ ଯିବେ ରାହୁଲ

ଲଖନଉ, ଅକ୍ଟୋବର ୦୬ : ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସା ପରେ ଏବେ ଏହାର ରାଜନୈତିକ ପ୍ରସଙ୍ଗ ପାଲଟିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଲଖନଉ ପହଂଚିବେ । ସୂତ୍ର ଅନୁସାରେ ଆଜି ଅପରାହ୍ନ ୧୨ଟା ୩୦ରେ ରାହୁଲ ଗାନ୍ଧୀ ଲଖନଉରେ ପହଂଚିବା ପରେ ସୀତାପୁର ଓ ପୀଡିତ ଚାଷୀ ପରିବାରକୁ ଭେଟିବାକୁ ଲକ୍ଷ୍ମୀପୁର ମଧ୍ୟ ଯାଇପାରନ୍ତି । ରାହୁଲ ଗାନ୍ଧୀଙ୍କ ସମେତ ସଚିନ ପାଇଲଟ, ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ଚନ୍ନୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, କେସି ବେଣୁଗୋପାଳ ମଧ୍ୟ ଲକ୍ଷ୍ମୀପୁର ଯିବାର କାର୍ଯ୍ୟକ୍ରମ ରହିଛି । ମାତ୍ର ଯୋଗୀ ସରକାର ରାହୁଲଙ୍କ ଗସ୍ତକୁ ଅନୁମତି ଦେଇ ନଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । 

gpkandhamal

କଂଗ୍ରେସ ସଂଗଠନ ସାଧାରଣ ସଂପାଦକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଥିଲେ । ରାହୁଲ ସମେତ ୫ ଜଣ ନେତାଙ୍କୁ ଲକ୍ଷ୍ମୀପୁର ଯିବାକୁ ଅନୁମତି ଦେଇଥିଲେ । ବେଣୁଗୋପାଳ ଲେଖିଥିଲେ ଯେ, ଅନ୍ୟ ଦଳର ନେତାଙ୍କୁ ଆପଣ ଯିବାକୁ ସୁଯୋଗ ଦେଇଛନ୍ତି । ବିନା କାରଣରେ ପ୍ରିୟଙ୍କା ଗାନ୍ଧୀଙ୍କୁ କେମିତି ଅଟକ ରଖିଥିଲେ । ଅନ୍ୟ ଦଳର ନେତାଙ୍କୁ ଯେମିତି ଲକ୍ଷ୍ମୀପୁର ଯିବାକୁ ଦିଆଗଲା, ସେହିପରି ରାହୁଲ ସମେତ ୫ ଜଣ ନେତାଙ୍କୁ ଯିବାକୁ ଅନୁମତି ଦିଆଯାଉ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କିନ୍ତୁ ସରକାର ରାହୁଲଙ୍କ ଗସ୍ତକୁ ଅନୁମତି ଦେଇନାହାନ୍ତି । ଲକ୍ଷ୍ମୀପୁରରେ ଗତ ୩ ତାରିଖରେ ହୋଇଥିବା ହିଂସା ପରେ ୧୪୪ ଧାରା ଲାଗୁ ହୋଇଛି । ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

Umasankar Adv
Leave A Reply

Your email address will not be published.