ମର୍ମନ୍ତୁଦ ସଡକ ଦୁର୍ଘଟଣା

ଉତ୍ତରପ୍ରଦେଶ, ଅକ୍ଟୋବର ୭: ଉତ୍ତର ପ୍ରଦେଶ ବାରାମ୍ବକିଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ଗୁରୁବାର ସକାଳୁ ଡବଲ ଡେକର ବସ୍ ଦିଲ୍ଲୀରୁ ବହରାଇଜ ଯିବା ସମୟରେ ଏହି ଦୁର୍ଘଟଣା ହୋଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ।  ସେପଟେ ଦୁର୍ଘଟଣା ଘଟିବା ପରେ ବାରମ୍ବିତ ଏପସି ଘଟଣାସ୍ଥଳରେ ପହଞ୍ଚିଥିଲେ । ହାଦସା ବାରାମ୍ବକି ଜିଲ୍ଲା ସ୍ଥିତ ଆଉଟର ରିଙ୍ଗ ରୋଡ ପାଖ ୱା ଥାନାର ବାବୁରିୟାରେ ଏହି ଦୁର୍ଘଟଣା ଘଟିଥିବା ଏସପି ସୂଚନା ଦେଇଛନ୍ତି । ସେହିପରି ଆହତ ହୋଇଥିବା ସମସ୍ତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । 

gpkandhamal

ସୂଚନା ଅନୁସାରେ, ଏହି ବସ୍‌ଟି ୫୦ ଯାତ୍ରୀଙ୍କୁ ଧରି ଅଯୋଧ୍ୟା ରୋଡ୍ ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ଏକ ଟ୍ରକ ସହ ବସଟି ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ୧୩ ଜଣ ପ୍ରାଣ ହରାଇଥିଲେ । ଏହାପରେ ଅନେକ ଗୁରୁତର ମଧ୍ୟ ହୋଇଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରୀ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Umasankar Adv
Leave A Reply

Your email address will not be published.