ଶ୍ରୀମନ୍ଦିରରେ ନାବାଳିକାଙ୍କ ସହ ଅସଦାଚାରଣ ଅଭିଯୋଗ

ପୁରୀ, ଅକ୍ଟୋବର ୯ : ଶ୍ରୀମନ୍ଦିରରେ ନାବାଳିକାକୁ ଅସଦାଚରଣ ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ସ୍ଥିତ ବାମନ ମନ୍ଦିର ପରିସରରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଏନେଇ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ପୋଲିସ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରିଛି । ମାମଲାରେ ଜଣେ ପୂଜକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଏହି ଘଟଣା ପରେ ଶ୍ରୀମନ୍ଦିର ପରିସରରେ ଶିଶୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ସୂଚନା ଅନୁସାରେ, ଅପରାହ୍ନ ୨ଟାରୁ ୩ଟା ଭିତରେ ଏଭଳି ଘଟଣା ଘଟିଛି । ପୁରୀ ବାହାରର ଜଣେ ଶ୍ରଦ୍ଧାଳୁଙ୍କ ସହ ନାବାଳିକାଟି ଶ୍ରୀମନ୍ଦିର ଆସିଥିଲା । ବାମନ ମନ୍ଦିରରେ ପୂଜକ ଜଣଙ୍କ ଶିଶୁକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । 

gpkandhamal

ସେପଟେ ଶିଶୁଟି ସହ ଯିଏ ଆସିଥିଲେ ସେ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ପୂଜକଙ୍କୁ ଅଟକ ରଖିଛି । ଏହାସହିତ ଘଟଣାର ଅଧିକ ତଦନ୍ତ ଜାରି କରିଛି ପୋଲିସ ।

Umasankar Adv
Leave A Reply

Your email address will not be published.