ଏଥର କଡାକଡି ହେବ ଦୁର୍ଗାପୂଜା କଡକଣା

ଭୁବନେଶ୍ୱର, ଅକ୍ଟୋବର ୯ : ଚଳିତ ବର୍ଷ କୋଭିଡ କଟକଣା ଭିତରେ ହେବ ଦୂର୍ଗାପୂଜା । ଜୀବନ ଆଗ ପାର୍ବଣ ପଛ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ପୂଜା ମଣ୍ଡପରେ ୭ ଜଣରୁ ଅଧିକ ଲୋକ ରହିବେ ନାହିଁ ବୋଲି ପୋଲିସ କମିଶନର କହିଛନ୍ତି । ମଣ୍ଡପ ଚାରି ପଟେ ପରଦା ରହିବ ।ସେହିପରି ପ୍ରୋତ୍ସାସନ ହେବ ନାହିଁ । ୧୧ ତାରିଖରୁ ନାଇଟ କର୍ଫ୍ୟୁ ଲାଗିବ । କୋଭିଡ୍ ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ପୂଜା ମଣ୍ଡପରେ ଲାଇଟ୍ ଲଗେଇବାରେ କଟକଣା ନାହିଁ । କିନ୍ତୁ ଭୋଜିଭାତ ହୋଇପାରିବ ନାହିଁ । 

gpkandhamal

ସେହିପରି ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଅଭ୍ୟାସ ଗତ ଅପରାଧୀଙ୍କ ପାଇଁ ସ୍ୱତନ୍ତ୍ର ଡ୍ରାଇଭ ଚାଲିଛି । ଦାଦାବଟି ଉପରେ କଡା ନଜର ମଧ୍ୟ ରହିଛି । ସେହିପରି କିଛି ଲୋକଙ୍କୁ ଗିରଫ କରାଯାଇଥିବା ପୋଲିସ କମିଶନର କହିଛନ୍ତି ।

Umasankar Adv
Leave A Reply

Your email address will not be published.